ନୟାପଲ୍ଲୀରେ ବୋମାମାଡ଼

ଭୁବନେଶ୍ୱର : ଦିନ ଦ୍ୱିପହରରେ ପୋଲିସ୍‌କୁ ଚ୍ୟାଲେଞ୍ଜ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ବୋମାମାଡ଼ ହୋଇଛି । ଜମିବିବାଦକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌ ଆରମ୍ଭ ।

ଖବର ଅନୁଯାୟୀ, ବୁଧବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ୱରର ସବୁଠାରୁ ଅଧିକ ଜନଗହଳି ସ୍ଥାନରେ ବୋମାମାଡ଼ ହୋଇଛି । ଜମି ବାଡ଼ି ବିବାଦକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ହେଲେ ଏବେ ଯାଏଁ ବୋମାମାଡ଼ର ପ୍ରକୃତ କାରଣ ଜଣାପଡିନାହିଁ । ବୋମାମାଡ଼ରେ ଏକ କାର୍‌ କ୍ଷତିଗ୍ରସ୍ତ ହୋଇଥିବାର ଖବର ରହିଛି ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ସେହିପରି ବୋମା କାହାର କୌଣସି କ୍ଷତି ହୋଇଥିବାର ସୂଚନା ମିଳିନାହିଁ । ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ଅନେକ ସନ୍ଦେହ ଉପରୁ ପରଦା ହଟିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × five =