ପ୍ରଶାସନରେ 5-ଟିର ଗୁରୁତ୍ବ ବୁଝାଇଲେ ମୁଖ୍ୟମନ୍ତ୍ରୀ

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ

ଫୋନ କରି ମୁଖ୍ୟମନ୍ତ୍ରୀ ଲୋକଙ୍କ ମତାମତ ନେବେ

ଭୁବନେଶ୍ବର () 73ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ପୁଣି ଥରେ 5-ଟି ମନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ସରକାର ପ୍ରତିଶୃତିବଦ୍ଧ । ଲୋକଙ୍କ ସେବା ପାଇଁ ହି ସରକାର । ଲୋକଙ୍କ ପାଇଁ ସରକାର ଚାଲିଛି । ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ । ତେଣୁ ଆମ ପାଇଁ ଲୋକଙ୍କ ମତାମତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ 5-ଟିକୁ ଭିତ୍ତିକରି ଆମେ ଆରମ୍ଭ କରୁଛୁ ‘ମୋ ସରକାର’ କାର୍ଯ୍ୟକ୍ରମ ।

ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀରୁ ଏହା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାରେ ଏହା ସବୁ ଥାନା ଓ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ କାର୍ଯ୍ୟକାରୀ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ 2020 ମାର୍ଚ୍ଚ 5 ତାରିଖ ସୁଦ୍ଧା ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ସେ ନିଜେ ଲୋକଙ୍କୁ ଫୋନ କରିବି । ଥାନା ଓ ହସପିଟାଲରେ ଆପଣ କପରି ସେବା ପାଇଲେ, ସେ କଥା ବୁଝିବି । ଥାନାରେ ଆପଣଙ୍କ ଅଭିଯୋଗକୁ କିପରି ଗୁରୁତ୍ବ ଦିଆଗଲା, ସେକଥା ବୁଝିବି । ଡାକ୍ତରଖାନାରେ ଆପଣ କିପରି ସେବା ପାଇଲେ, ସେ କଥା ପଚାରି ବୁଝିବି । ସରକାରୀ ଅଫିସରେ ଆପଣଙ୍କ ଅନୁଭବ ବିଷୟରେ ପଚାରି ବୁଝିବି ।

ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ମନ୍ତ୍ରୀମାନେ ମଧ୍ୟ ଆପଣଙ୍କୁ ଫୋନ କରିବେ । ସରକାରୀ ଅଫିସରେ ଆପଣଙ୍କ ସୁବିଧା ଅସୁବିଧା ପଚାରି ବୁଝିବେ । ରାଜ୍ୟ ଓ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ମଧ୍ୟ ସରକାରୀ ଅଫିସରେ ମିଳୁଥିବା ସେବା ବିଷ୍ୟରେ ଆପଣଙ୍କଠାରୁ ପଚାରି ବୁଝିବେ । ଓଡିଶାର ସବୁ ଗାଁରେ ବିଜୁଳି ପହଁଚିଛି । କିନ୍ତୁ ଯିଦ କାହା ଘରକୁ ବିଦ୍ୟୁତ ସେବା ଯାଇ ନାହିଂ, ତେବେ ସେମାନେ ଏଥିପାଇଁ ପଂଚାୟତରେ ଆବେଦନ ଦିଅନ୍ତୁ । 48 ଘଣ୍ଟା ମଧ୍ୟରେ ବିଜୁଳି ସଂଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହିସବୁ କାର୍ଯ୍ୟକ୍ରମ ସରକାର ଓ ଲୋକଙ୍କ ସଂପର୍କକୁ ଆହୁରି ମଜବୁତ କରିବ । ସାଧାରଣ ଲୋକଙ୍କ ଜୀବନରେ ଏହା ବହୁତ ବଡ ପରିବର୍ତ୍ତନ ଆଣିବ । ସମସ୍ତେ ଲୋକଙ୍କ ପାଇଁ, ଲୋକଙ୍କ କଲ୍ୟାଣ ପାଇଁ ଓ ଏକ ନୂଆ ଓଡିଶା ପାଇଁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଚଳିତ ବର୍ଷ ସାରା ବିଶ୍ବ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ବାର୍ଷିକୀ ପାଳନ କରୁଛି । ଗାନ୍ଧିଜୀଙ୍କ ବିଚାର ଓ ଆଦର୍ଶକୁ ଆଜି ଆମେ ଅଧିକ ଅନୁଭବ କରୁଛୁ । ଅହିଂସାକୁ ଆମ ସମ୍ବିଧାନର ମୁଖବନ୍ଧରେ ସ୍ଥାନୀୟ କରିବା ପାଇଁ ସେ ପୁଣି ଥରେ ଦାବି କରିଛନ୍ତି । ଏହା ସାରା ବିଶ୍ବରେ ଆମ ଗଣତନ୍ତ୍ରର ଗୌରବକୁ ଆହୁରି ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ବି.ଆର. ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ ସଂଗ୍ରାମୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

twelve − ten =