ପୁରୀରେ ୫ଟି ସଚିବ

ପୁରୀ: ପୁରୀ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଶନିବାର ସକାଳେ ୫ଟି ସଚିବ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ସେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ  ସହ ଆବୋଚନା କରିବା ସହ ସମୀକ୍ଷା ମଧ୍ୟ କରିଛନ୍ତି । 

ପୁରୀକୁ ବିଶ୍ୱ ପର୍ଯ୍ୟଟନରେ ସ୍ଥାନ ଦେବାକୁ ଜୋରଦାର ପ୍ରୟାସ କରାଯାଉଛି । ଅନେକ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ଲଗାତାର ଭାବେ ସରକାରଙ୍କ ବରିଷ୍ଠ ଅଧିକାରୀ ପୁରୂ ଗସ୍ତ କରି କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ବର୍ଗଙ୍କ ସହ ଆଲୋଚନା କରୁଛନ୍ତି । 

ସେହିପରି ୫ଟି ସଚିବ ଶନିବାର ସକାଳେ ପୁରୀରେ ପହଞ୍ଚିଛନ୍ତି । ସେହିପରି ତାଙ୍କ ଗସ୍ତ ସମୟରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀର ନାମ ପରିବର୍ତ୍ତନ କରି ଶ୍ରୀଜଗନ୍ନାଥ ଧାମ ପୁରୀ କରିବାକୁ ଦାବିପତ୍ର ଦିଆଯାଇଛି । ଏହି ବିଷୟରେ ବିଚାର କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ୫ଟି ସଚିବ ପ୍ରତିଶ୍ରୃତି ଦେଇଥିବା ସୂଚନା ମିଳିଛି । 

Share

Leave a Reply

Your email address will not be published. Required fields are marked *

seven − 3 =