ମୋଦିଙ୍କ ବିମାନ ଅବତରଣ ପାଇଁ କଟାଗଲା ହଜାର ହଜାର ଗଛ

ଭୁବନେଶ୍ୱର () : ଏକ ଦୁର୍ଭାଗ୍ୟଜନକ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଲାଙ୍ଗୀର ଗସ୍ତ ପୂର୍ବରୁ ହଜାର ହଜାର ଗଛ କଟାଗଲା । ମୋଦିଙ୍କ ହେଲିପ୍ୟାଡ୍ ତିଆରି କରିବାକୁ ଏହି ଗଛ କଟା ଯାଇଛି । ଆସନ୍ତାକାଲି ମୋଦିଙ୍କ ଗସ୍ତ ପାଇଁ ବଲାଙ୍ଗୀର ଷ୍ଟେସନ୍ ନିକଟରେ ଏକ ହେଲିପ୍ୟାଡ୍ ନିର୍ମାଣ ହେଉଛି । ଏଥିପାଇଁ ପ୍ରାୟ ୨ହଜାର ଗଛ କଟାଯାଇଥିବା ଅଭିଯୋଗ ହୋଇଛି । ଗୋଟିଏ ଦିନର ଗସ୍ତ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କାର ଗଛ କଟା ଯିବା ନେଇ ପ୍ରଶ୍ନ ଉଠିଛି ।

ମୋଦିଙ୍କ ଗସ୍ତ ପୂର୍ବରୁ ଅଭିଯୋଗ ହୋଇଛି, ଏହି ହେଲିପ୍ୟାଡ୍ ନିର୍ମାଣ ପାଇଁ କାଟି ଦିଆଯାଇଛି ପ୍ରାୟ ୨ହଜାର ଗଛ । ଯାହା ସହରୀ ବନିକରଣ ଯୋଜନାରେ ଏଠି ରୋପଣ କରାଯାଇଥିଲା । କେଉଁ ପରିସ୍ଥିତିରେ କଟା ଗଲା ଗଛ ? ଗଛ କାଟିବା ପାଇଁ କିଏ ଦେଲା ଅନୁମତି ? ଗୋଟିଏ ଝଟକାରେ ପ୍ରାୟ ୨ରୁ ୩ଲକ୍ଷ ଟଙ୍କାର ଗଛ କଟାଯିବା ଘଟଣାକୁ ନେଇ ଏବେ କାଠଗଡ଼ାରେ ପିଡବ୍ଲୁଡି ଏବଂ ପୂର୍ବତଟ ରେଳବାଇର ଭୂମିକା । ରେଳବାଇ ପିଡବ୍ଲୁଡି ଆଡକୁ ଦୋଷ ଠେଲି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଡିଏଫଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । 2014 ପରେ ବଲାଙ୍ଗୀରରେ 30 ହଜାରରୁ ଅଧିକ ଗଛ ସହରୀ ବନୀକରଣ ଯୋଜନାରେ ରୋପଣ କରାଯାଇଥିଲା । ସେ ମଧ୍ୟରୁ ପ୍ରାୟ 3500 ଚାରା ରେଳ ଷ୍ଟେସନ ନିକଟରେ ରୋପଣ କାରାଯାଇଥିଲା । ସହରୀ ବନୀକରଣରେ ପ୍ରାୟ 10 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

ଏବେ ପ୍ରଶ୍ନ ହେଉଛି, ବଲାଙ୍ଗୀରେ ପ୍ରଧାନମନ୍ତ୍ରୀଙ୍କ ଅବରତଣ ପାଇଁ ଆଉ କିଛି ବିକଳ୍ପ ଥିଲା କି ନାହିଁ? ହେଲିପ୍ୟାଡ୍ ନିର୍ମାଣ ପାଇଁ ଗଛ କାଟିବା ଏକମାତ୍ର ବିକଳ୍ପ ଥିଲା କି? ଗୋଟିଏ ଦିନର ଓଡ଼ିଶା ଗସ୍ତରେ ମୋଦି ଶିକ୍ଷା, ଗମନାଗମନ ସହ ବିକାଶମୂଳକ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ତଥା ଶିଳାନ୍ୟାସ କରୁଥିବା ବେଳେ, ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ଆୟୋଜିତ ଏହି ଗସ୍ତ ପାଇଁ ଗଛ କଟାଯିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ଉଠିଛି ।

Share

Leave a Reply

Your email address will not be published. Required fields are marked *

5 − 2 =