ଧୀରେ ଧୀରେ ପରିବର୍ତ୍ତନ ହେବ ପାଗ

ଆଉ କାଳବୈଶାଖୀ ବର୍ଷା ହେବନି । ଦିନର ତାପମାତ୍ରା ବଢ଼ିବ । ରାତିରେ ସେହି ଅନୁଯାୟୀ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ୟ୍ୟନ୍ତ ବଢ଼ିବ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ୩୫ ଡିଗ୍ରି ଉପରକୁ ଚାଲିଯିବ। ଗୋଟିଏ ଦୁଇଟି ସ୍ଥାନରେ ୪୦ ଡିଗ୍ରି ଟପିଯିବାର ବି ଆଶଙ୍କା ରହିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ୭ ଓ ୮ ତାରିଖରେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହଲକା ବର୍ଷା ହେବ । ଗୁରୁବାର ମଧ୍ୟାହ୍ନରେ ଖୋର୍ଧା ସମେତ ପୁରୀ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ହଲକା ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ । ଏହାପରଠାରୁ ପାଗରେ ଧୀରେ ଧୀରେ ପରିବର୍ତନ ହେବ। ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ମାଲକାନଗିରିର ସର୍ବୋଚ୍ଚ ତାପମାତ୍ରା ଆଜି ୩୮ରେ ପହଞ୍ଚିଛି । ଭବାନୀପାଟଣା ଓ ଟିଟିଲାଗଡ଼ର ତାପମାତ୍ରା ବି ୩୫ ଡିଗ୍ରି ଛୁଇଁଛି। କେନ୍ଦୁଝର ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଟପିଯାଇଛି ।

Share

Leave a Reply

Your email address will not be published. Required fields are marked *

five + 13 =