ପ୍ରଧାନମନ୍ତ୍ରୀ ରାଫେଲ ତଦନ୍ତକୁ କାହିଁକି ଡରୁଛନ୍ତି?

ନୂଆଦିଲ୍ଲୀ () ରାଫେଲ ଡିଲ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ଦସ୍ତାବେଜ ଗାଏବ ହେବା ଘଟଣାରେ ପ୍ରଧାନମନ୍ତ୍ରୀ କାହିଁକି ତଦନ୍ତକୁ ଡରୁଛନ୍ତି । ଆଜି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରଶ୍ନ କରିବା ସହ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ରାଫେଲ ଡିଲକୁ ନେଇ ସମାନ୍ତରାଳ ଡିଲ କରୁଥିବାରୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ ।

ରାଫେଲ ଡିଲ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦସ୍ତାବେଜ ଗାଏବ ହେବା ଘଟଣା ସଂକେତ ଦେଉଛି ଯେ, ସେ ହିଁ ଅଧିକ ମୂଲ୍ୟ ଦେଇ ବିଳମ୍ବରେ ବିମାନ କ୍ରୟ କରାଯିବା ପାଇଁ ଦାୟୀ ।

ଏବେ କେନ୍ଦ୍ର ସରକାର କହୁଛନ୍ତି ଯେ, ସେ ରାଫେଲ ଫାଇଲ ଚୋରୀ ହେବା ନେଇ ମଣମାଧ୍ୟମକୁ ତଦନ୍ତ ପରିସରକୁ ଆଣିବେ । କିନ୍ତୁ ଯିଏ ସମାନ୍ତରାଳ ଡିଲ କରୁଥିଲେ ସେ କାହିଁକି ତଦନ୍ତ ପରିସରକୁ ଆସିବେ ନାହିଁ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ଦସ୍ତାବେଜ ଚୋରୀ ହୋଇଛି ଅର୍ଥ, ସେଗୁଡିକ ବୈଧ ଦସ୍ତାବେଜ ଏବଂ ଏହା ପ୍ରମାଣିତ କରୁଛି ଯେ, ରାଫେଲ ଡିଲ ବିଲମ୍ବିତ କରାଯାଇ ଅଧିକ ଅର୍ଥ ପ୍ରଦାନ କରାଯିବା ପାଇଁ ସମାନ୍ତରାଳ ଡିଲ ଚାଲିଥିଲା ।

ପୂରା ସରକାର କଳ ଚୌକିଦାରଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି । ଏଥିସହିତ ଏଆଇସିସି ଯୁଗ୍ମ ସଂସଦୀୟ ବୋର୍ଡ ଦ୍ବାରା ତଦନ୍ତ ପାଇଁ ଦାବି ରଖୁଥିବା ବେଳେ ପ୍ରଧାନମନ୍ତ୍ରୀ ଭୟଭିତ କାହିଁକ ବୋଲି ସେ କହିଛନ୍ତି । ଯଦି ପ୍ରଧାନମନ୍ତ୍ରୀ ଦୋଷୀ ନୁହଁନ୍ତି ତେବେ ସେ କାହିଁକି ନିଜ ବିରୋଧରେ ବି ତଦନ୍ତ କରୁନାହାଁନ୍ତି । ସେ କହିଁକି ଯୁଗ୍ମ ସଂସଦୀୟ କମିଟି ଦ୍ବାରା ତଦନ୍ତକୁ ଅସ୍ବୀକାର କଲେ । ଏହି 30 ହଜାର କୋଟି ଦୁର୍ନୀତିରେ ସମାନ୍ତରାଳ ଡିଲ ଚାଲିଥିବା ଖୋଦ ଏହି କାରବାରରେ ସଂପୃକ୍ତ ଅଧିକାରୀମାନେ ମାନିଥିବା ରାହୁଲ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

9 − 1 =