ନିର୍ବାଚନ ଲଢିବେନି, ରାଜ୍ୟସଭା ପାଇଁ ଆଗ୍ରହୀ …

ଭୁବନେଶ୍ବର () ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରତ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଡିଲ ବିଳମ୍ବ ହେବାରୁ ବୈଜୟନ୍ତଙ୍କ ଯୋଗଦାନ ମଧ୍ୟ ବିଳମ୍ବିତ ହେଲା । ବୈଜୟନ୍ତ ପଣ୍ଡା ପ୍ରଥମରୁ ତାଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା ଭାବେ ପ୍ରୋଜେକ୍ଟ କରାଯାଉ ବୋଲି ଦାବି କରୁଥିଲେ । ଏହି ଦାବିକୁ ନା କେନ୍ଦ୍ରୀୟ ନେତୃତ୍ବ ନା ରାଜ୍ୟ ନେତୃତ୍ବ ଗ୍ରହଣ କରୁଥିଲେ । ଯେଉଁଥିପାଇଁ ବୈଜୟନ୍ତ 2014 ଆରମ୍ଭରୁ ବିଜେପି ଆଡେ ଢଳିଥିଲେ ବି ତାଙ୍କୁ ଦଳ ଗ୍ରହଣ କରିପାରୁନଥିଲା ।

ତେବେ ବାହାମସ ବିଦେଶୀ ଅର୍ଥ କାରବାର ପ୍ରସଙ୍ଗ ଉଠିବାରୁ ବୈଜୟନ୍ତ ନିଜ ପକ୍ଷକୁ ଆଉ ଦୃଢତାର ସହ ଉପସ୍ଥାପନ କରିନପାରି ଶେଷ ମୂହୂର୍ତ୍ତରେ ବାଧ୍ୟ ହୋଇ ଦଳର ସର୍ତ୍ତକୁ ମୁଣ୍ଡପାତି ଗ୍ରହଣ କରିନେଇ ବିଜେପିରେ ମିଶିଲେ । ଚର୍ଚ୍ଚା ହେଉଛି, ସେ ଆସନ୍ତା ନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ଏବଂ କେନ୍ଦ୍ରାପଡା, ବରଗଡ, କଟକ ଆଦି ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ଏଥିସହ କିଛି ପ୍ରାର୍ଥୀଙ୍କୁ ଫଣ୍ଡିଂ ମଧ୍ୟ କରିବେ । ନିଜେ କିନ୍ତୁ ପ୍ରତକ୍ଷ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇବେ ନାହିଁ ।

ଜାତୀୟ ସ୍ତରରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିଲେ, ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି କେଉଁ ଏକ ରାଜ୍ୟରୁ ରାଜ୍ୟସଭାକୁ ପଠାଯିବ । ବୈଜୟନ୍ତ ମଧ୍ୟ ଆଉ ରାଜ୍ୟ ରାଜନୀତି ମଧ୍ୟରେ ସୀମିତ ହୋଇ ରହିବାକୁ ଚାହୁଁନାହାଁନ୍ତି । ତାଙ୍କ ବିରୋଧରେ ବେଆଇନ ମନି ଲଡ୍ରିଂ ଭଳି ଅଭିଯୋଗ ଉଠୁଥିବାରୁ ସେ କେନ୍ଦ୍ରୀୟ ରାଜନୀତିରେ ରହିବାକୁ ଆଗ୍ରହୀ । ତେବେ ବୈଜୟନ୍ତଙ୍କ ନିକଟତମ ସୂତ୍ର କହୁଛି, ସେ ନୁହଁନ୍ତି ତାଙ୍କ ପତ୍ନୀ ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇବେ ।

Share

Leave a Reply

Your email address will not be published. Required fields are marked *

17 − sixteen =