ପୁଣି ଆସୁଛି ‘ଗତି’

ଭୁବନେଶ୍ୱର() ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା କ୍ରମଶଃ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ଏହା ବାତ୍ୟାର ରୂପ ନେଲେ ଏହାର ନାମ ‘ଗତି’ ରହିବ । ବାତ୍ୟାରେ ପରିଣତ ହେଲେ ଏହାର ପ୍ରଭାବ ‘ଅମ୍ଫାନ’ ଠାରୁ ବହୁତ୍ କମ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାଦ୍ୱାରା ସେତେ ଧନ ଜୀବନ ମଧ୍ୟ କ୍ଷତି ହେବନାହିଁ ।

ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଘନୀଭୂତ ହେଉଛି । ଏହା ମିଆଁମାର ଉପକୂଳରେ ସୃଷ୍ଟି ହେବ । ତେବେ, ଏହା ବାତ୍ୟାର ରୂପ ନେବାର ସମ୍ଭାବନା କମ୍ ରହିଛି । ତେବେ ଏହା ପ୍ରଭାବରେ ବଙ୍ଗୋପସାଗର ଉପକଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୩ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥିପାଇଁ ପାଣିପାଗ ବିଭାଗ ୧୦ ତାରିଖ ଯାଏଁ ବର୍ଷା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିବା ସହ ୧୧ ଜୁନ୍ ଯାଏଁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକ୍କିମ୍ ଓ ପୂର୍ବୋତ୍ତରର କିଛି ରାଜ୍ୟରେ ବର୍ଷା ହେବ । ମୌସୁମୀ ମଧ୍ୟ ୧୧ରୁ ୧୨ ତାରିଖ ମଧ୍ୟରେ ଛୁଇଁପାରେ ।

Share

Leave a Reply

Your email address will not be published. Required fields are marked *

6 + 10 =