ଶ୍ରୀମନ୍ଦିର ସେବାୟତଙ୍କୁ ହୋମିଓପାଥି ଔଷଧ

ପୁରୀ() ଶ୍ରୀମନ୍ଦିର ସେବାୟତଙ୍କୁ ହୋମିଓପାଥି ଔଷଧ ଦିଆଯିବ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ । ଔଷଧ ଦେବାକୁ ନୀଳାଦ୍ରି ଭକ୍ତ ନିବାସରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଠାରୁ ଏକ ଶିବିର ଖୋଲାଯିବ । ଶିବିର ଆୟୋଜନ ପାଇଁ ହୋମିଓପାଥି କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିିଠି ଲେଖାଯାଇଛି । ଆସନ୍ତା ୯ରୁ ୧୩ ତାରିଖ ପର୍ୟ୍ୟନ୍ତ ଏହି ହୋମିଓପାଥି ଚିକିତ୍ସା ଶିବିର ଅନୁଷ୍ଠିତ ହେବ । ଦଇତାପତି, ପ୍ରତିହାରୀ, ସୁଆର, ପୂଜାପଣ୍ଡା ଓ ଗରାବଡ଼ ସେବକଙ୍କୁ ଔଷଧ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

ten + 6 =