ବ୍ରଜରାଜନଗର ଉପନିର୍ବାଚନ: ପୂର୍ବାହ୍ନ ୯ଟା ସୁଦ୍ଧା ୧୧% ମତଦାନ

ବ୍ରଜରାଜନଗର ଉପନିର୍ବାଚନ ଲାଗି ଆଜି ପଡୁଛି ଭୋଟ | ସକାଳ 7 ଟାରୁ ଆରମ୍ଭ ହୋଇଯାଇଛି ଭୋଟିଂ ପକ୍ରିୟା | ସେପଟେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ଭୋଟ ଦେଇଛନ୍ତି । ଏହାସହ ସମସ୍ତଙ୍କୁ ଭୋଟ ଦେବା ପାଇଁ ସେ ଅପିଲ କରିଛନ୍ତି ।

ବ୍ରଜରାଜନଗର ପିଙ୍କ୍‌ ବୁଥ ଓପିଏମ୍ ବାଳିକା ବିଦ୍ୟାଳୟରେ ନିଜର ମତଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, “ବ୍ରଜରାଜନଗର ଭୋଟର ନିଜର ବହୁ ମୂଲ୍ୟ ମତଦାନ କରନ୍ତୁ , ଏହା ଆମ ମୌଳିକ ଅଧିକାର ଅଟେ । ସମସ୍ତେ ଭୋଟ ଦେଇ ନିଜ ଅଞ୍ଚଳର ବିକାଶ ପାଇଁ ନିଜ ଇଚ୍ଛା ମୁତାବକ ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ।”

ସୂଚନା ଥାଉ କି ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୧୧ ପ୍ରାର୍ଥୀ ପ୍ରତିନ୍ଦ୍ବନ୍ଦ୍ବୀତା କରୁଛନ୍ତି । ୨୭୯ଟି ବୁଥରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ସେଥିରୁ ୨୨ଟି ନୂଆ ବୁଥ୍‌, ୩୦ଟି ଆଦର୍ଶ ବୁଥ୍‌ ଓ ୫ଟି ପିଙ୍କ୍‌ ବୁଥର ବ୍ୟବସ୍ଥା କରାଯାଇଛି । ୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ବିଜେପି ପକ୍ଷରୁ ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କିଶୋର ପଟେଲ ଓ ବିଜେଡି ପକ୍ଷରୁ କିଶୋର ମହାନ୍ତିଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି ।

ଅନ୍ୟପଟେ ପୂର୍ବାହ୍ନ ୯ଟା ସୁଦ୍ଧା ୧୧% ଭୋଟ୍ ଦାନ କରାଯାଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି। ଆଜି ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ନିର୍ବାଚନମଣ୍ଡଳୀର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର୍ ମତଦାନ କରିବେ।

Share

Leave a Reply

Your email address will not be published. Required fields are marked *

sixteen + fourteen =