ଜୋମାଟୋ ବିଜ୍ଞାପାନରେ ହ୍ରିତିକ୍ ଓ କ୍ୟାଟ୍ରିନା

ମୁମ୍ବାଇ: ଜୋମାଟୋର ନୂଆ ବିଜ୍ଞାପନ ଆସିଛି । ଯେଉଁଥିରେ ହ୍ରିିତିକ ଓ କ୍ୟାଟ୍ରିନା କୈଫ ରହିଛନ୍ତି । ଉଭୟଙ୍କ ଏହି ଆଡଟି ଲୋକଙ୍କ ମନକୁ ବେଶ୍ ଛୁଇଁଛି । ତେବେ ଏହି ଆଡକୁ ନେଇ ବିବାଦ ମଧ୍ୟ ଉପୁଜିଛି । କିଛି ୟୁଜର୍ସ ସୋସିଆଲ ମିଡିଆରେ ଲେଖିଛନ୍ତି କି, ଜୋମାଟୋରେ କାମ କରୁଥିବା ଡେରିଭରି ବଏମାନଙ୍କୁ କମ୍ ଦରମା ଦେଉଥିବା ବେଳେ ବଡ଼ ବଡ଼ ଷ୍ଟାରଙ୍କୁ ନେଇ ବିଜ୍ଞାପନ କରାଯାଉଛି । ଏପରିକି କାମ କରୁଥିବା କର୍ମଚାରୀମାନେ ବହୁ ଦୁର୍ଦ୍ଦିନରେ ମଧ୍ୟ କାମ କରୁଛନ୍ତି । ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ କରିବାକୁ ନେଇ ୟୁଜର୍ସମାନେ ନିନ୍ଦା କରିଛନ୍ତି ।
ସେପଟେ ଜୋମାଟୋ ପକ୍ଷରୁ କୁହାଯାଇଛି କି, ଆମର ଡେରିଭରି ବଏମାନଙ୍କୁ ଉଚିତ ପ୍ରାପ୍ୟ ଦିଆହେଉଛି । ତେବେ ଏହି ଆଡ ବନେଇବା ଲାଗି ଆମର ପୂର୍ବରୁ କଥା ସରିଥିଲା ।

Share

Leave a Reply

Your email address will not be published. Required fields are marked *

7 + 19 =