କୃଷ୍ଣପ୍ରସାଦ ବ୍ଲକରେ ବାର୍ଡଫ୍ଲୁ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡଫ୍ଲୁ ଯୋଗୁ ହଜାର ହଜାର ସଂଖ୍ୟାରେ କୁକୁଡା ଓ କୁଆ ମୃତ୍ୟୁବରଣ କରିଥିବା ଖବର ମିଳିଛି । ଏହୀ ବ୍ଲକରେ ବାର୍ଡଫ୍ଲୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି । ଏ ସବୁ ଅଂଚଳରେ ବ୍ୟାପକ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ଏ ଅଂଚଳକୁ କୁକୁଡା ମାଂସ ଯିବା କିମ୍ବା ଆସିବାକୁ ବନ୍ଦ କରାଯାଇଛି । ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନରେ ଅଣ୍ଡାକୁ ନିଷେଧ କରାଯାଇଛି ବୋଲି ପୁରୀ ଜିଲ୍ଲା ଏଡିଏମ ସୂଚନା ଦେଇଛନ୍ତି । ଦୁଇଟି କୁଆ ଓ ଦୁଇଟି କୁକୁଡାଙ୍କ ପରୀକ୍ଷାରୁ ବାର୍ଡଫ୍ଲୁ ପଜେଟିଭ ଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

5 × five =