ଶ୍ରୀଜଗନ୍ନାଥଙ୍କ ଜମି ବେଆଇନ ଭାବେ ବିକିଛନ୍ତି ଆଶ୍ରିତଙ୍କ ପତ୍ନୀ : କଂଗ୍ରେସ

ପିପିଲି : ପିପିଲିରେ ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ବିଜେପି ପ୍ରାର୍ଥୀଙ୍କ ପତ୍ନୀଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପତ୍ନୀ ସ୍ମିତା ମହାନ୍ତିଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସର କେନ୍ଦ୍ରାପଡା ଓବିସି ସେଲ ଅଧ୍ୟକ୍ଷ ।

ଅଭିଯୋଗ ହେଲା ଯେ, ସ୍ମିତା ମହାନ୍ତି ପୁରୀ ସବ୍ ରେଜଷ୍ଟ୍ରାର ଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତ୍ତିକୁ ବେଆଇନ ଭାବେ ବିକ୍ରି କରିଥିଲେ ।ଏହାକୁ ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛି ଦଳ । ଦଳ ପକ୍ଷରୁ ଜାରି ପ୍ରେସ ରିଲିଜରେ କୁହାଯାଇଛି ଯେ, ସ୍ମିତା ମହାନ୍ତି ୨୦୧୨ ମସିହାରେ ସବ୍ –ରେଜିଷ୍ଟ୍ରାର ଥିବା ବେଳେ ଶ୍ରୀଜଗନ୍ନାଥଙ୍କ ସଂପତ୍ତି ଶାଗମାଛ ମୂଲ୍ୟରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପ୍ରାଶାସନିକ ଅଧିକାରୀଙ୍କ ଅଜାଣତରେ ବିକ୍ରି କରିଦେଇଥିଲେ । ଏ ନେଇ ଗତ ୪ ତାରିଖରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ରାଜସ୍ୱ ବିଭାଗକୁ ଅବଗତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

3 × three =