ବାଲେଶ୍ୱରରେ 5T ସଚିବଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର: ଆଜି ସକାଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବାଲେଶ୍ବର ଗସ୍ତ କରିଛନ୍ତି। ବାଲେଶ୍ବର ପୋଲିସ ଲାଇନ୍‌ ପଡ଼ିଆରେ ପହଞ୍ଚିବା ପରେ ବିଭିନ୍ନ ପ୍ରକଳ୍ପର ତଦାରଖ କରିଛନ୍ତି ।

ସୂଚନା ଅନୁଯାୟୀ,ବରିଷ୍ଠ ସଚିବମାନେ ସକାଳେ ହେଲିକପ୍ଟର ଯୋଗେ ଆସି ବାଲେଶ୍ବର ସହରରେ ପହଞ୍ଚିଥିଲେ । ପୋଲିସ ପରେଡ୍‌ ପଡ଼ିଆରେ ଓହ୍ଲାଇବା ପରେ ୩ ସଚିବଙ୍କୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାସହ ଜିଲ୍ଲାରେ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି | ବାଲେଶ୍ଵରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ, ସହର ସୌନ୍ଦର୍ଯ୍ୟକରଣ, ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜ, ପ୍ରସ୍ତାବିତ ପାର୍କ ନିର୍ମାଣ କାମର ସମୀକ୍ଷା କରିଛନ୍ତି | ରେମୁଣା ଛକରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା,ବାଲେଶ୍ୱର ବସଷ୍ଟାଣ୍ଡ ନବୀକରଣ ଏବଂ ମୋ ସ୍କୁଲ ଯୋଜନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ହାଇସ୍କୁଲର ପରିପାର୍ଶ୍ଵିକ ସ୍ଥିତି,ସ୍ମାର୍ଟ କ୍ଲାସରୁମ୍, ଉନ୍ନତ ଧରଣର ଲାବ୍ରୋଟାରୀ ବିଷୟରେ ଅନୁଧ୍ୟାନ କରି ବିକାଶ ବିଷୟରେ ନକ୍ସା ପ୍ରସ୍ତୁତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ।

Share

Leave a Reply

Your email address will not be published. Required fields are marked *

two × two =