ନିଶା ନିବାରଣର ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ବର () ସମ୍ବଲପୁର ଜିଲ୍ଲା ବମରା ବ୍ଲକ ଅନ୍ତର୍ଗତ ଲରିଆପାଲ୍ଲୀ ଗ୍ରାମ ପଂଚାୟତର ସରପଞ୍ଚ ଶୁକ୍ରୁ କୁଜୁର ଏବେ ସମସ୍ତଙ୍କ ପାଇଁ ଉଦାହାରଣ ପାଲଟିଛନ୍ତି  । ନିଜ ପଂଚାୟତର ସମସ୍ତଙ୍କୁ ନିଶାମୁକ୍ତ କରିବାରେ ସେ ସଫଳ ହୋଇଛନ୍ତି  । ଦିନେ ଯେଉଁ ଗାଁର 70 ପ୍ରତିଶତ ମହିଳାଙ୍କ ସମତେ ପ୍ରାୟ ସମସ୍ତେ ସନ୍ଧ୍ୟା ହେଲେ ନିଶା ସେବନ କରୁଥିଲେ ଏବେ ସେମାନେ ମଦ କହିଲେ ନାକ ଟେକୁଛନ୍ତି । ଶୁକ୍ରୁଙ୍କ ଏହି ସଫଳତା ପାଇଁ ଗତକାଲି ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବର୍ଦ୍ଧିତ କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି  ।

ବହୁ ଦିନରୁ ସେ ନିଶା ନିବାରଣ ନେଇ ନିଜ ଅଞ୍ଚଳବାସୀଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଥିଲେ  । କିନ୍ତୁ ସେତେଟା ସଫଳତା ପାଇନଥିଲେ  । କିନ୍ତୁ 2017ରେ ସେ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ତାଙ୍କର କ୍ଷମତା ବଢିଲା ଏବଂ ଲୋକେ ତାଙ୍କ କଥାକୁ ସମ୍ମାନ ଦେବା ଆରମ୍ଭ କଲେ  । ସରପଞ୍ଚ ଭାବେ ନିର୍ବାଚିତ ହେବା ପୂର୍ବରୁ ସେ ଆର୍ଟ ଅଫ ଲିଭିଙ୍ଗ ସଂସ୍ପର୍ଶରେ ଆସିଥିଲେ  । ସେଠାରୁ ସେ କିଭଳି ଭାବେ ଯୋଗ, ପ୍ରାଣାୟାମ ଏବଂ ଅନ୍ୟାନ ଆଧ୍ୟାତ୍ମିକ ପ୍ରକ୍ରିୟା ନିଶାସେବନରୁ ଦୁରେଇ ରହି ହେବ ତାର ତାଲିମ ପାଇଥିଲେ  । ଆର୍ଥ ଅଫ ଲିଭିଙ୍ଗରୁ ପାଇଥିବା ତାଲିମ ସେ ଗ୍ରାମବାସୀଙ୍କୁ ଦେଲେ  । ନିଶା ସେବନରେ ଗ୍ରାମବାସୀ ଯେତେ ଅର୍ଥ ଖର୍ଚ୍ଚ କରୁଛନ୍ତି ସେଥିରେ ସେମାନେ କିଭଳି ଅନ୍ୟ ବ୍ୟବସାୟ କରି ଅଧିକ ଦି ପଇସା ରୋଜଗାର କରିବେ ସେନେଇ ସଚେତନ କଲେ  । ଏବେ ତାଙ୍କ ଗାଁ ସମ୍ପୁର୍ଣ୍ଣ ଭାବେ ନିଶାମୁକ୍ତ ହୋଇଛି  । ନାଁ ଗାଁରେ ଦେଶି ମଦ ଭାଟି ଅଛି ନା ଲୋକଙ୍କର ମଦ ପ୍ରତି ଆଶକ୍ତି ରହିଛି  ।

ଶୁକ୍ରୁଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ରାଜ୍ୟ ସରକାର । ଶୁକ୍ରୁଙ୍କ ପରି ସବୁ ନିର୍ବାଚିତ ଲୋକ ପ୍ରତିନିଧି ଚିନ୍ତା କଲେ ଦିନେ ଓଡିଶା ନିଶାମୁକ୍ତ ହୋଇପାରିବ ବୋଲି କହିଛନ୍ତି ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ  । ସେ ଶୁକ୍ରୁଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀ ଶୁକ୍ରୁଙ୍କ କାମକୁ ପ୍ରଶଂସା କରିଛନ୍ତି  । ଶୁକ୍ରୁଙ୍କୁ ଏଦିଗରେ ସହଯୋଗ କରିଥିବା ଆର୍ଟ ଅଫ ଲିଭିଙ୍ଗର ଗୁରୁ ଭୋଳାନାଥ ଜେନା ବି ଦୁଢୋକ୍ତି ପ୍ରକାଶ କରିଛନ୍ତି ଯେ, ଦୃଢ ଇଚ୍ଛାଶକ୍ତି ଏବଂ ଆଧ୍ୟାତ୍ମିକ ଚେତନା ଦ୍ବାରା ଓଡିଶାରୁ ସଂପୂର୍ଣ୍ଣ ନିଶା ନିବାରଣ ହୋଇପାରିବ  ।

Share

Leave a Reply

Your email address will not be published. Required fields are marked *

1 × 5 =