ଶରଧାବାଲିରେ ଲାଗିଲା ତିନିି ରଥ

ପୁରୀ: ସରିଲା ରଥଟଣା । ଶରଧା ବାଲିରେ ଲାଗିଲା ତିନି ରଥ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ କାଳିଅ ଠାକୁରଙ୍କ ନନ୍ଦିଘୋଷ ରଥ ଲାଗିଛି । ସେବାୟତମାନେ ରଥକୁ ଟାଣି ମାଉସିମା ମନ୍ଦିର ନିକଟରେ ପହଞ୍ଚାଇଥିବା ଦେଖିବାକୁ ମିଳିଛି । ବିନା ଭକ୍ତରେ ଚଳିତ ବର୍ଷ ଟଣା ହୋଇଛି ରଥ । କରୋନା କଟକଣାକୁ ମାନି ରଥଯାତ୍ରାର ସମସ୍ତ ନୀତି ସମ୍ପନ୍ନ ହୋଇଛି । ତେବେ ତିନି ରଥ ମାଉସିମା ମନ୍ଦିର ନିକଟରେ ପହଞ୍ଚିବା ପରେ ସେବାୟତମାନେ ଭାବ ବିହ୍ୱଳ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

4 × 5 =