ମିଶନ ଇନ୍ଦ୍ରଧନୁଷର ସଫଳତା ପାଇଁ ଗଂଜାମ ସମ୍ମାନୀତ

ଗଂଜାମ () ମିଶନ ଇନ୍ଦ୍ରଧନୁଷକୁ କାର୍ଯ୍ୟକାରୀ କରିବାରେ ଗଂଜାମ ଜିଲ୍ଲାକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ପଲସ ପୋଲିସ ଟିକାକରଣ ଯୋଜନାର ରୌପ୍ୟ ଜୟନ୍ତି ପାଳନ ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲପାଳଙ୍କୁ 2017-18 ଆର୍ଥିକ ବର୍ଷରେ 90 ପ୍ରତିଶତ ଟିକାକରଣ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ସମ୍ମାନିତ କରାଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମର ସଫଳତାର ଶ୍ରେୟ ଜିଲ୍ଲାପାଳ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ଦେଇଛନ୍ତି । ଆଶା କର୍ମୀଙ୍କ ଠାରୁ ଆରମ୍ଭ ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସଫଳ ହୋଇଛି ବୋଲି ସେ କହିଛନ୍ତି ।

ଏହା ଆଶା କର୍ମୀ ଓ ସ୍ବାସ୍ଥ୍ୟ ଟିମର ମିଳିତ ଉଦ୍ୟମ ଏବଂ ବ୍ଲକ ଉନ୍ନୟନ ଅଧିକାରୀମାନେ ଏହାର ତଦାରଖ କରୁଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ବିଜୟ କୁମାର ପାଣିଗ୍ରାହୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲ ।

Share

Leave a Reply

Your email address will not be published. Required fields are marked *

5 + four =