ଛତିଶଗଡରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ

ଆଜି ଛତିଶଗଡରେ ଦ୍ୱିତୀୟ ତଥା ଶେଷ ପର୍ୟ୍ୟାୟ ନିର୍ବାଚନ । ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଆସନ ପାଇଁ ଆଜି ମତଦାନ ହେବ । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେେଳେ ସଂଧ୍ୟା ୫ଟା ପର୍ୟ୍ୟନ୍ତ ଏହା ଚାଲିବ ବୋଲି ଜଣାପଡ଼ିଛି । ଛତିଶଗଡ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନରେ ବିଜେପି ଓ କଂଗ୍ରେସର ପ୍ରମୁଖ ନେତାଙ୍କ ସହ ୧ହଜାର ୭୯ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ୧କୋଟି ୫୩ଲକ୍ଷ ୮୫ହଜାରରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୯ହଜାର ୨ଶହ ୯୬ଟି ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି ।
ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନରେ ରାଜ୍ୟର ୯ ମନ୍ତ୍ରୀଙ୍କ ସହ ବାଚସ୍ପତି ଓ କଂଗ୍ରେସର ପ୍ରମୁଖ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମତଦାନ ହେବାକୁ ଥିବା ଅଂଚଳ ଗୁଡିକରେ ୧ଲକ୍ଷ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଚି । ଛତିଶଗଡର ମାଓ ପ୍ରବଣ ଅଂଚଳରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଛତିଶଗଡ଼ର ଗରିୟାବନ୍ଧ, ଧମତରୀ, ମହାସମୁନ୍ଦ, କବୀରଧାମ, ଯଶପୁର ଓ ବଳରାମପୁର ଜିଲ୍ଲା ନକ୍ସଲ ପ୍ରବଣ ଭାବେ ଜଣାଶୁଣା । ତେଣୁ ଏହି ଜିଲ୍ଲାଗୁଡ଼ିକରେ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

11 − nine =