ଇଣ୍ଡିଜକୁ ୩୨୨ ରନର ବିଜୟ ଲକ୍ଷ୍ୟ

ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଶତକ ଓ ଅମ୍ଵତି ରାୟୁଡୁଙ୍କ (୭୩ରନ) ବଳରେ ଭାରତ ଏଠାରେ ଚାଲିଥିବା ଦ୍ଵିତୀୟ ଦିନିକିଆରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୩୨୧ ରନ କରି ଭ୍ରମଣକାରୀ ଇଣ୍ଡିଜକୁ ଦେଇଛି୩୨୨ରନର ବିଜୟ ଲକ୍ଷ୍ୟ। ଏହି ମ୍ୟାଚରେ ଅଧିନାୟକ କୋହଲି ଦ୍ରୁତତମ ୧୦ ହଜାର ରନ ପୂରଣ କରି ସଚିନଙ୍କ ବିଶ୍ଵ ରେକର୍ଡ ଭାଙ୍ଗିଛନ୍ତି। କୋହଲି ଦିନିକିଆ କ୍ୟାରିୟରରେ ୩୭ ତମ ଶତକ ଅର୍ଜନ କରିବା ସହିତ ୧୨୯ ବଲରୁ ୧୩ ଚୌକା ଓ ୪ ଛକା ବଳରେ ୧୫୭ ରନର ଚତ୍ମକାର ପାଳି ଖେଳିଛନ୍ତି। ଇଣ୍ଡିଜ ପକ୍ଷରୁ ସଫଳ ବୋଲର ଭାବେ ଆସ୍ଲେ ନର୍ସ ଓ ଓ ଓବଡେ ମକକୟ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ସେତେଟା ଭଲ ନଥିଲା। ଭାରତ ୧୫ ରନ ସ୍କୋରରେ ରୋହିତ(୪)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଲୟରେ ନଜର ଆସୁଥିବା ଶିଖର ଧାଓ୍ଵନ(୨୯ ରନ, ୩୦ ବଲ, ୪ଚୌକା, ୧ ଛକା) ଆଉଟ୍ ହୋଇଥିଲେ। ୪୦ ରନ ସ୍କୋରରେ ଦୁଇ ଓପନରଙ୍କୁ ହରାଇବା ପରେ ଅଧିନାୟକ କୋହଲି ଓ ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅମ୍ବତି ରାୟୁଡୁ ଦଳର ମଙ୍ଗ ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଦଳର ସ୍ଥିତିକୁ ମଜବୁତ କରିଥିଲେ। ଏହି କ୍ରମରେ ଉଭୟ ବ୍ୟାଟସମ୍ୟାନ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।
ଉଭୟ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟରେ ୧୩୯ ରନ ଯୋଡିଥିଲେ। ଏହି କ୍ରମରେ ୧୭୯ ସ୍କୋରରେ ଅମ୍ବତି ରାୟୁଡୁଙ୍କ ଦାୟିତ୍ଵପୂର୍ଣ୍ଣ ପାଳିର ଅନ୍ତ ଘଟିଥିଲା। ସେ ୮୦ ବଲରୁ ୮ ଚୌକା ଜରିଆରେ ୭୩ ରନ କରି ବିଦାୟ ନେଇଥିଲେ। ରାୟୁଡଙ୍କ ପରେ କ୍ରିଜକୁ ଆସିଥିବା ଧୋନୀଙ୍କ ସହ ମିଶି କୋହଲି ଚତୁର୍ଥ ଓ୍ଵିକେଟରେ ୪୩ ରନ ଯୋଡ଼ି ଦଳର ସ୍କୋର ୨୨୨ରେ ପହଞ୍ଚାଇଥିଲେ। ପରେ ଧୋନୀ ୨୫ ବଲରୁ ୨୦ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟ ପଟେ କୋହଲି ଦିନିକିଆ କ୍ୟାରିୟରରେ ୩୭ ତମ ଶତକ ହାସଲ କରିଥିଲେ।

Share

Leave a Reply

Your email address will not be published. Required fields are marked *

15 − 11 =