ଅକ୍ଟୋବରରେ ଖୋଲିବ ସିନେମା ହଲ୍

୧୫ ଅକ୍ଟୋବରରୁ ସିନେମା ହଲ୍ ଓ ଥିଏଟର ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାରି ମଧ୍ୟରେ ଆଜି ୟୁପି ସରକାର ୧୫ ଅକ୍ଟୋବରକୁ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ପରାମର୍ଶ ଦେଇଛନ୍ତି । ଉତ୍ତରପ୍ରଦେଶର ମୁଖ୍ୟ ସଚିବ ରାଜେନ୍ଦ୍ର ତିୱାରୀ ଆଦେଶ ଜାରି କରି କହିଛନ୍ତି ଯେ, ’୫୦ ପ୍ରତିଶତ କ୍ଷମତାରେ ସିନେମା ହଲ ଓ ଥିଏଟର ଅକ୍ଟୋବର ୧୫ରୁ ଆରମ୍ଭ ହେବାକୁ ଅନୁମୋଦନ କରାଯାଇଛି । କିନ୍ତୁ ସାମାଜିକ ଦୂରତା ଓ ଗୃହ ମନ୍ତ୍ରଳାୟର ପରାମର୍ଶ ସମୂର୍ଣ୍ଣ ରୂପେ ମାନିବାକୁ ପଡିବ । କଣ୍ଟେନମେଣ୍ଟ ଜୋନ୍ ବାହାରେ ସିନେମା ହଲ୍, ମଲ୍ଟିପ୍ଲେକ୍ସ ଓ ଥିଏଥର ଖୋଲାଯିବ ବୋଲି ମୁଖ୍ୟ ସଚିବ ରାଜେନ୍ଦ୍ର ତିୱାରୀ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

9 − four =