ଭୁବନେଶ୍ବରରୁ ଆଉ ୨୮୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ଆଜି ରାଜଧାନୀ ଭୁବନେଶ୍ବରରୁ ୨୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ୨୮୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୮୯ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୯୨ ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି । ବିଜେବି ନଗର, ଚନ୍ଦ୍ରଶେଖରପୁରରୁ ୯ ଜଣ ଲେଖାଏଁ ରହିଥିବାବେଳେ ପଟିଆ, ଚିନ୍ତାମଣିଶ୍ବର, ଝାରପଡାରୁ ୮ ଜଣ ଲେଖାଏଁ ରହିଛନ୍ତି । ନୟାପଲ୍ଲୀରୁ ୭ଜଣ ଆଦି ରହିଛନ୍ତି ।

ସେହିପରି ଆଜି ୩୧୫ ଜଣ ସୁସ୍ଥ ହୋଇଛନ୍ତି । ନୂତନ ୨୮୧ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୧୬ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା ୨୨ ହଜାର ୫୨୫ଜଣ ସୁସ୍ଥ ହୋଇଥିବାବେଳେ ୧୨୨ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି ୩ ହଜାର ୩୪୮ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 1 =