୧୦ ଜିଲ୍ଲା ସତର୍କ ରୁହ

ଭୁବନେଶ୍ୱର() ଆନ୍ଧ୍ର ପ୍ରଦେଶ ଉପକୂଳ କାକିନାଡ଼ା ଠାରେ ଅବପାତ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅଧକାଂଶ ଜିଲ୍ଲାରେ ବର୍ଷା ହେଉଛି । ଅନ୍ୟପକ୍ଷରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆସନ୍ତାକାଲି ସକାଳ ଯାଏଁ ୧୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼, ଖୋର୍ଦ୍ଧା, ପୁରୀ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ଅଞ୍ଚଳର ପାତ୍ରପୁର ବ୍ଲକ ଅନ୍ତର୍ଗତ ୫ଟି ଗାଁ ଜଳ ମଗ୍ନ ହୋଇପଡ଼ିଛି । ଆଙ୍ଗୁଲି ଓ ବୁରାତାଲ ପଞ୍ଚାୟତର ୫ଟି ଗାଁ ଜଳମଗ୍ନ ହୋଇଛି । ଅବପାତଜନିତ ବର୍ଷା, ଝରଣା ପାଣି ଓ ବାଘଲଟି ଜଳ ପ୍ରକଳ୍ପ ପାଣିରେ ସମ୍ପୃକ୍ତ ଗାଁଗୁଡ଼ିକ ବୁଡ଼ି ଯାଇଛି ।

Share

Leave a Reply

Your email address will not be published. Required fields are marked *

one + 20 =