ଆଜିଠୁ ଟି-୨୦ ବିଶ୍ୱକପରେ ଅସଲ ମୁକାବିଲା

ଦୁବାଇ: ଟି-୨୦ ବିଶ୍ୱକପରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଅସଲ ମୁକାବିଲା । ଗତକାଲି ଶେଷ ହୋଇଛି ଯୋଗ୍ୟତା ଅର୍ଜନ ପର୍ଯ୍ୟାୟ । ଅପରାହ୍ଣ ୩.୩୦ରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଏବଂ ରାତି ୭.୩୦ରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଧାର୍ୟ୍ୟ ରହିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍ର ଦୁଇ ଅସଫଳ ଦଳ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଆବୁଧାବିରେ ମୁହାଁମୁହିଁ ହେବେ। ପୂର୍ବ ସଂସ୍କରଣକୁ ଭୁଲି ନୂଆ ଆଶା ନେଇ ନୂଆ ଆରମ୍ଭ କରିବେ ବୋଲି ଆଶା ରଖିଛନ୍ତି। ଆଇସିସି ମାନ୍ୟତା ଦୃଷ୍ଟିରୁ ଅଷ୍ଟ୍ରେଲିଆ ନୁହେଁ ଦକ୍ଷିଣ ଆଫ୍ରିକାକୁ ଦାବିଦାର ଦଳ କୁହାଯାଇପାରିବ। ବିଗତ ୧୦ ଟ୍ବେଣ୍ଟି-୨୦ ମ୍ୟାଚ୍ରୁ ଦକ୍ଷିଣ ଆଫ୍ରିକା ୯ଟି ଜିତିଛି। ଅଷ୍ଟ୍ରେଲିଆ କିନ୍ତୁ ନିଜର ବିଗତ ୧୦ ମ୍ୟାଚ୍ରୁ ୮ ହାରିବା ସହ ଶେଷ ୪ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ହାରି ବିଶ୍ବକପ୍ ଆସିଛି। ୱାର୍ମ ଅପ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଉଭୟ ଆଫଗାନିସ୍ତାନ ଓ ପାକିସ୍ତାନକୁ ପରାସ୍ତ କରିଥିଲା।
ଉଭୟ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ୫୦ ଓଭରିଆ ବିଶ୍ବକପ୍ରେ ପରସ୍ପରକୁ ବହୁବାର ଭେଟିଛନ୍ତି। କିନ୍ତୁ ଟ୍ବେଣ୍ଟି-୨୦ ଫର୍ମାଟରେ ୨୦୧୨ରେ ଥରେ ମାତ୍ର ମୁହାଁମୁହିଁ ହୋଇଛନ୍ତି। ସେଥର ଅଷ୍ଟ୍ରେଲିଆ ସହଜରେ ଜିତିଥିଲା। ମ୍ୟାକ୍ସୱେଲଙ୍କୁ ରବାଦା ସମସ୍ତ ପ୍ରକାର ଟ୍ବେଣ୍ଟି-୨୦ରେ ୨୭ ବଲରେ ୩ ଥର ଆଉଟ୍ କରିଥିବାରୁ ଶନିବାର ଏହି ଦୁହିଁଙ୍କ ମୁକାବିଲା କିଭଳି ରହିବ ଦେଖିବାର ଅଛି।

Share

Leave a Reply

Your email address will not be published. Required fields are marked *

fourteen + 11 =