ଏନସିବି ବିରୋଧରେ ପାଲଟା ଅଭିଯୋଗ ଆଣିଲେ ଆର୍ୟନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ରହିଛନ୍ତିି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆୟନ । ଏନସିବି ଜାଲରେ ଛନ୍ଦି ହୋଇଥିବା ଆର୍ୟନଙ୍କ ଜାମିନ ବାରମ୍ବାର ଖାରଜ ହୋଇଛି । ସେପଟେ ଏନସିବି ବିରୋଧରେ ଅଭିଯୋଗ ଆଣିଛନ୍ତି ଆର୍ୟନ । ସେ କହିଛନ୍ତି ହ୍ୱାଟ୍ସଆପ ଚାଟକୁ ଏନସିବି ଭୁଲ ଭାବେ ବ୍ୟାଖ୍ୟା କରୁଛି । ମୋତେ ଏହି ମାମଲାରେ ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି । ଚଢ଼ାଉ ବେଳେ ମୋ ନିକଟରୁ କୌଣସି ଡ୍ରଗ୍ସ ମିଳି ନ ଥିଲା । ସେହିପରି ଅର୍ବାଜ ମର୍ଚ୍ଚାଂଟ ଓ ଅଚିତ କୁମାରଙ୍କ ବ୍ୟତୀତ ଅନ୍ୟ କାହାକୁ ଜାଣନ୍ତି ନାହିଁ । ଆର୍ୟ୍ୟନ ଏବଂ ସେ ସମ୍ପୃକ୍ତ ଥିବା ଡ୍ରଗ୍ସ ମାମଲାରେ ସ୍ପେଶାଲ କୋର୍ଟ ଆଗାମୀ ୨୬ରେ ଶୁଣାଣୀ କରିବ । ଏନସିବି ଏ ପର୍ୟ୍ୟନ୍ତ ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରିଛି ।

Share

Leave a Reply

Your email address will not be published. Required fields are marked *

ten + thirteen =