ଭୁବନେଶ୍ବରରୁ ଦୁବାଇକୁ ବିମାନ ସେବା ଦାବି

ଭୁବନେଶ୍ବର () ରାଜଧାନୀ ଭୁବନେଶ୍ବରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‍ ସିଂ ପୁରୀଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ଗତ ଜୁଲାଇ 19 ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ସମାନ ଦାବି କରିଥିଲେ ।

ଭୁବନେଶ୍ବରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା ତଥା ଓଡ଼ିଶାର ବିକଶାରେ ଏହି ଆକାଶପଥରେ ଯୋଗାଯୋଗର ବଡ଼ ଭୂମିକା ରହିଛି । ଏହି ପୃଷ୍ଠଭୂମିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ବତନ୍ତ୍ର ଭାବେ ହସ୍ତକ୍ଷେପ କରି ଭୁବନେଶ୍ୱର-ଦୁବାଇ-ଭୁବନେଶ୍ବର ସିଧା ବିମାନ ସଂଯୋଗ ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ସେ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପୂର୍ବ ଭାରତରେ ଓଡ଼ିଶା ବିକାଶର ପେଣ୍ଠସ୍ଥଳୀ ଭାବରେ ଆଗକୁ ବଢ଼ୁଛି । କେନ୍ଦ୍ର ସରକାର ଉଡ଼ାନ ଯୋଜନା ମାଧ୍ୟମରେ ଆଞ୍ଚଳିକ ସ୍ତରରେ ବିମାନ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନାର ସୂତ୍ରପାତ କରିଛି । ଏହାସହ ରାଜଧାନୀ ଭୁବନେଶ୍ବର ସହ ସିଧା ସିଧା ଅନ୍ତରାଷ୍ଟ୍ରୀୟ ବିମାନ ଯୋଗାଯୋଗ ପୂର୍ବ ଭାରତର ବିକାଶର ସମ୍ଭାବନାକୁ ଆହୁରି ଶକ୍ତିଶାଳୀ କରିବ ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ଭୁବନେଶ୍ବରର ସିଧାସିଧା ବିମାନ ସଂଯୋଗ କେବଳ ଥାଇଲାଣ୍ଡର ବ୍ୟାଙ୍କକ୍‍ ସହ ରହିଛି । ଭୁବନେଶ୍ବରରୁ ୟୁଏଇର ଦୁବାଇ ସହତ ଯୋଡ଼ିବା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି । ୟୁଏଇର ବିଭିନ୍ନ ଅଞ୍ଚଳରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ ଓଡ଼ିଆ ଲୋକ ବସବାସ କରୁଛନ୍ତି । ଏହି ଲୋକମାନେ ନିଜ ରାଜ୍ୟକୁ ଯାତାୟତ କରିବା ସମୟରେ ବିଭିନ୍ନ ପରୋକ୍ଷ ପଥରେ ଯିବା ଆସିବା କରିବାକୁ ପଡ଼ୁଛି ।

Share

Leave a Reply

Your email address will not be published. Required fields are marked *

sixteen + 16 =