ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ହେଲେ ସୁବାଷ

ଭୁବନେଶ୍ବର () ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଲା । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦକୁ ନେଇ ଦୀର୍ଘ ଦିନ ଧରି ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଦିଗରୁ ବିଚାର କରି ସୁବାଷ ଚୌହାନଙ୍କୁ ବିକାଶ ପରିଷଦର ଅଧ୍ୟକ୍ଷ କରିଛନ୍ତି ।

1966 ମସିହାରେ ବରଗଡ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ସୁବାଷ ଆରମ୍ଭରୁ ହିନ୍ଦୁତ୍ବ ଚିନ୍ତାଧାରାରେ ଥିଲେ । ସେ 1995ରୁ 2000 ପର୍ଯ୍ୟନ୍ତ ହିନ୍ଦୁ ଜାଗରଣ ମଂଚର ରାଜ୍ୟ ସଭାପତି ଥିଲେ । 2000ରୁ 2003 ପର୍ଯ୍ୟନ୍ତ ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଯୁଗ୍ମ ପ୍ରଚାର ପ୍ରମୁଖ ରହିଥିଲେ । ସେ 2001ରେ ହିନ୍ଦୁ ଜାଗରଣ ସାମୁଖ୍ୟର ଆବାହକ ମଧ୍ୟ ରହିଥିଲେ । 2003ରୁ 2006 ପର୍ଯ୍ୟନ୍ତ ସେ ବଜରଙ୍ଗ ଦଳର ରାଜ୍ୟ ଆବାହକ ଥିଲେ । 2010ରେ ସେ ବଜରଙ୍ଗ ଦଳର ଜାତୀୟ ଆବାହକ ଭାବେ କାର୍ଯ୍ୟ କରୁଥିଲେ ।

2021ରେ ସେ ବିଜେପିରେ ଯୋଗ ଦେଇ ବରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ । କିନ୍ତୁ ବିଜେପି ତାଙ୍କୁ ପ୍ରାର୍ଥୀ ନକରିବାରୁ ସେ ବିଜେଡିରେ ଯୋଗ ଦେଇଥିଲେ । ସେବେଠାରୁ ସେ ଦଳର ବିଭିନ୍ନ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଏବେ ତାଙ୍କୁ ଏକ ଗୁରୁ ଦାୟିତ୍ବ ମିଳିଛି ।

Share

Leave a Reply

Your email address will not be published. Required fields are marked *

sixteen − 9 =