ମମିତା ହତ୍ୟା ଘଟଣାକୁ ନେଇ ମାଇଲେଜ୍ ଚେଷ୍ଠା କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମହାଲିଙ୍ଗ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀମାନେ ଘନ ଘନ ପ୍ରେସମିଟ୍ କରି ରାଜ୍ୟ ସରକାର ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘେରୁଛନ୍ତି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି ବିରୋଧୀ । ସେପଟେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଜେଡି ପକ୍ଷରୁ ମଧ୍ୟ କାଉଣ୍ଟର କରାଯାଇଛି ।
ଯେଉଁ ରାଜ୍ୟ ବିଜେପି ଶାସନରେ ଅଛି, ସେଠି ମହିଳା ବିରୋଧୀ ହିଂସା ବଢୁଛି । ବିଜେପି ନେତା ହିଁ ସେହି ଅପରାଧରେ ସମ୍ପୃକ୍ତ । ସେ ସବୁ ଘଟଣାରେ ଓଡ଼ିଶା ବିଜେପିର ଭାଷା ଅଲଗା। କୁହନ୍ତି ଯେ ପ୍ରଶାସନ ଉପରେ ଭରସା ରଖ। ସେ ସବୁ ରାଜ୍ୟରେ ପୋଲିସ ପାଖରେ ପ୍ରମାଣ ଅଛି। ଏଠି ତ ଅଭିଯୁକ୍ତ ଗିରଫ ହୋଇଛି। ହେଲେ ଗତକାଲି ଯେଉଁ ବ୍ୟବହାର କଲେ ଥାନାରେ, ଠେଲାପେଲା କଲେ। ପ୍ରମାଣ ନେଇ ପୀଡିତାଙ୍କ ପରିବାର ପାଖକୁ ଯାଆନ୍ତୁ। ବୋଧେ ମହିଳା ବିଜେପିର ଶିକ୍ଷାଗତ ଯୋଗ୍ୟତା ନାହିଁ। କାରଣ ସେମାନେ ଦ୍ଵିତୀୟ ଥର ୠଓଜ ନ ହେବା କଥା ଜାଣି ନାହାନ୍ତି। ଚେତି ଯାଅ ବିଜେପି, ନ ହେଲେ ରାଜ୍ୟବାସୀ ଜବାବ ଦେବେ। ସ୍କୁଲ ଓ ଛାତ୍ରକୁ ବଦନାମ କଲେ ଅଭିଭାବକ ଜବାବ ଦେବେ। ଆମ ହୃଦୟ ବି କାନ୍ଦୁଛି। ପୀଡିତା ନ୍ୟାୟ ପାଉ ଆମେ ତାହା ଚାହୁଁଛୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

thirteen + 13 =