ପ୍ରତିହିଂସା ପରାୟଣ ହୋଇ ଶାଳୀନତା ଭୁଲୁଛନ୍ତି ବିଜେପି ନେତ୍ରୀ: ବିଜେଡି

ଭୁବନେଶ୍ୱର() ଶାଳୀନତା ରକ୍ଷା ସହିତ ନିମ୍ନରୁଚିର ମନ୍ତବ୍ୟ ନଦେବାପାଇଁ ବାରମ୍ବାର ଅନୁରୋଧ ସତ୍ତେ୍ୱ ବି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଏଥିରୁ ନିବୃତ୍ତ ରହୁନାହାନ୍ତି । ପ୍ରତିହିଂସା ପରାୟଣ ସହିତ ବ୍ୟକ୍ତିଗତ ରାଗ ଶୁଝାଇବା ପାଇଁ ସେ ଏଭଳି ବକ୍ତବ୍ୟ ରଖୁଥିବା ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ଡକ୍ଟର ପାତ୍ର କହିଛନ୍ତି ଯେ, ୨୦୧୪ ଓ ୨୦୧୯ରେ ଲେଖାଶ୍ରୀ ବିଜେଡି ଟିକଟ ଖଣ୍ଡିଏ ପାଇବାପାଇଁ ସେ ଉଦ୍ୟମ କରିଥିଲେ । ହେଲେ ବିଜେଡି ଏଥିରେ ରାଜି ନହେବାରୁ ସେ ହତୋସôାହିତ ହୋଇଯାଇଛନ୍ତି । ୨୦୧୯ ମସିହାରେ ଯେତେବେଳେ ତୁଷାରକାନ୍ତି ବେହେରା ଓ ଭାଗିରଥୀ ସେଠୀ ବିଜେଡିରେ ଯୋଗଦେଲେ ସେତେବେଳେ ଲେଖାଶ୍ରୀ ବିଜେଡିର ଏବେର ସାଧାରଣ ସମ୍ପାଦକ(ସଂଗଠନ)ଙ୍କୁ ଦଳରେ ମିଶିବାପାଇଁ ଅନୁରୋଧ କରିବା ସହିତ ତାଙ୍କୁ ବିଜେପି ଏକଘରକିଆ କରୁଥିବା କହିଥିଲେ । ଏପରିକି ସେ କହିଥିଲେ ଯେ ଯେଉଁମାନେ ନିଜର ଚାକିରି ଓ ବୃତ୍ତି ଛାଡି ବିଜେଡିରେ ଯୋଗ ଦେଉଛନ୍ତି ସେମାନଙ୍କୁ ଏଠାରେ ସୁଯୋଗ ମିଳୁଛି । ହେଲେ ସେ ଶିକ୍ଷକତା ଛାଡି ବିଜେପିରେ ମିଶିଥିଲେ ମଧ୍ୟ ଦଳରେ ନିଜର କୌଣସି ଭବିଷ୍ୟତ ଦେଖିପାରୁ ନାହାନ୍ତି । ତେଣୁ ବିଜେଡିରୁ ଖଣ୍ଡିଏ ଟିକଟ ପାଇବାପାଇଁ କାକୁତି ମିନତି ହୋଇଥିଲେ ।

କିନ୍ତୁ ତାଙ୍କର ଅତୀତ କାର୍ଯ୍ୟକଳାପକୁ ଅନୁଧ୍ୟାନ କଲାପରେ ବିଜେଡି ତାଙ୍କୁ ଗ୍ରହଣ କରିନଥିଲା । ଏଥିପାଇଁ ସେବେଠାରୁ ସେ ପ୍ରତିହିଂସା ପରାୟଣ ଏବଂ କ୍ରୋଧିତ ହୋଇପଡିଥିବାବେଳେ ଏବେ ରୁଚିହୀନ ମନ୍ତବ୍ୟମାନ ଦେଉଛନ୍ତି । ଏପରିକି ଦଳରେ ମିଶିବାପାଇଁ ଯେଉଁମାନଙ୍କୁ ସେ କାକୁତି ମିନତି ହେଉଥିଲେ ତାଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବାକୁ ବି ପଛଉ ନାହାନ୍ତି । ଡକ୍ଟର ପାତ୍ର କହିଛନ୍ତି ଯେ ମହିଳା ହିଂସା ଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି ନକରିବାପାଇଁ ବିଜେଡି ବାରମ୍ବାର କହି ଆସିଛି । ହେଲେ ଦୁର୍ଭଗ୍ୟର କଥା ବିଜେପି ନେତାମାନେ ଏଭଳି ଘଟଣାକୁ ନେଇ ଅତ୍ୟନ୍ତ ନିମ୍ନରୁଚିର ରାଜନୀତି କରୁଛନ୍ତି । ଯଦି ଏଭଳି ସ୍ପର୍ଶକାତର ଘଟଣାରେ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ବିଜେପି ନିକଟରେ କିଛି ତଥ୍ୟ ପ୍ରମାଣ ଥାଏ ତେବେ ତାହାକୁ ପୁଲିସ୍‍, ଅଦାଲତଙ୍କୁ ଦେବା ସହିତ ସର୍ବସାଧାରଣରେ ପ୍ରକାଶ ଲାଗି ଡକ୍ଟର ପାତ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × five =