ମାସକରେ ୫.୨୪ କୋଟି ଟଙ୍କା ଫାଇନ୍ ଆଦାୟ

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ଆଜି ପ୍ରେସମିଟ୍ କରି ଲୋକଙ୍କୁ ସଚେତନ କରାଇଛନ୍ତି ପୋଲିସ ଡିଜି ଅଭୟ । ରାଜ୍ୟବାସୀଙ୍କୁ ସଂକ୍ରମଣ ରୋକିବାକୁ ତିନୋଟି ମନ୍ତ୍ର ଦେବା ସହିତ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ଡିଜିପି । ପୋଲିସ ଡିଜି ଅଭୟ କହିଛନ୍ତି କି, ସମସ୍ତେ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ନିୟମ ପାଳନ କରନ୍ତୁ, ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ପାଳନ କରନ୍ତୁ । ଏହା ନକଲେ ଆମେ କଦାପି କରୋନା ସଂକ୍ରମଣକୁ ରୋକି ପାରିବାନି | କଟକଣା ମାନିଲେ ହିଁ କରୋନା ଯୁଦ୍ଧରେ ଜିତି ପରିବା |

ଅନ୍ୟପକ୍ଷେ ଚଳିତ ଏପ୍ରିଲ ମାସରେ ପୋଲିସ ସାରା ରାଜ୍ୟରୁ କେବଳ ମାସ୍କ ନପିନ୍ଧିଥିବା ଅଭିଯୋଗରେ ଦେଢ ଲକ୍ଷ ଲୋକଙ୍କୁ ଫାଇନ୍ କାଟିଛି । ଏଥିରୁ ପୋଲିସ ମୋଟ ୫ କୋଟି ୨୪ ଲକ୍ଷ ଟଙ୍କା ଫାଇନ୍ ଆଦାୟ କରିଥିବା ଡିଜିପି ଅଭୟ ସୂଚନା ଦେଇଛନ୍ତି ।ସେହିଭଳି ରାଜ୍ୟର ୩ ଶହ ଦୋକାନକୁ ସିଲ୍ କରିବା ସହିତ ୪୧୮ ଜଣଙ୍କୁ ଗିରଫ କରାଯାଇଛି । ଏଥିସହିତ ୧୮ ହଜାର ଗାଡିକୁ ମଧ୍ୟ ସିଜ୍ କରାଯାଇଛି ବୋଲି ପୋଲିସ ଡିଜି ସୂଚନା ଦେଇଛନ୍ତି । ତେଣୁ ଲୋକମାନେ ସଚେତନ ହେବା ସହିତ ନିୟମ ପାଳନ କରିବାକୁ ଡିଜିପି ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight + 20 =