ଟିଣ୍ଡର ମାମଲା: ୪ ଗଲେ ଜେଲ, ଯୁବତୀଙ୍କୁ ଜାମିନ

ଭୁବନେଶ୍ୱର() ଟିଣ୍ଡର ଆପ୍ ପ୍ରେମ ଜାଲ ମାମଲାରେ ଆସିଲା ନୂଆ ମୋଡ । ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଜେଲ ପଠାଇଛି ପୋଲିସ । ତାସହ ଯୁବତୀଙ୍କ ୩ ସହଯୋଗୀଙ୍କୁ ମଧ୍ୟ ଜେଲ ପଠାଯାଇଛି । ତେବେ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଯୁବତୀଙ୍କୁ ଥାନାରୁ ଜାମିନ ଦେଇଛି ପୋଲିସ । ସେକ୍ସନ ୪୧ରେ ନୋଟିସ କରି ଯୁବତୀଙ୍କୁ ଛାଡିଛି ପୋଲିସ । ପୂର୍ବରୁ ଏହି କେସରେ ଯୁବତୀଙ୍କ ନାଁରେ ଅପରାଧିକ ଷଡଯନ୍ତ୍ର ଓ ଅପହରଣ ଦଫା ଲଗାଇଥିଲା ଲଗାଇଥିଲା ପୋଲିସ ।

ସୂଚନା ଅନୁସାରେ ବ୍ୟାଙ୍କ କର୍ମଚାରୀ ଜଣଙ୍କ ଯୁବତୀଙ୍କ ନାଁରେ ଅପହରଣ ଏବଂ ବ୍ଲାକମେଲ୍ କରିଥିବା ନେଇ ଅଭିଯୋଗ ପରେ ଯୁବକଙ୍କ ନାଁରେ ପାଲଟା ଅଭିଯୋଗ ଆଣିଥିଲେ ଯୁବତୀ ଜଣକ । ତାଙ୍କୁ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଏହାପରେ ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ କରାଯାଇ ୫ଜଣଙ୍କୁ ଗିରଫ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଘରୋଇ ବ୍ୟାଙ୍କ ଡିଜିଏମ ଓ ଘରୋଇ କଲେଜର ଜଣେ ଅଧ୍ୟାପିକାଙ୍କ ମଧ୍ୟରେ ସୋସିଆଲ ‘ଟିଣ୍ଡର’ ଡେଟିଂ ଆପରୁ ପ୍ରେମ ହୋଇଥିଲା । ଏହାପରେ ଦୁହେଁ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ଡିଜିଏମ ସମ୍ପୃକ୍ତ ଅଧ୍ୟାପିକାଙ୍କୁ ବ୍ଲାକମେଲିଂ କରୁଥିବା ଅଧ୍ୟାପିକା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ଡିଜିଏମ ତାଙ୍କୁ ଦୁଷ୍କର୍ମ କରି ବ୍ଲାକମେଲ କରୁଥିବା ଅଧ୍ୟାପିକାଜଣକ ଅଭିଯୋଗ କରିଥିଲେ । ବ୍ଲାକମେଲିଂ କରି ସମ୍ପୃକ୍ତ ଡିଜିଏମ ତାଙ୍କୁ ୫ଲକ୍ଷ ଟଙ୍କା ମାଗୁଥିବା ଅଧ୍ୟାପିକାଜଣକ କହିଥିଲେ ।

Share

Leave a Reply

Your email address will not be published. Required fields are marked *

five × 5 =