ଦ୍ୱିତୀୟ ଟି-ଟ୍ୱେଣ୍ଟିରେ କୋହଲୀଙ୍କ ଧମାକା

ମୋହାଲୀ : ଭାରତୀୟ କ୍ରିକେଟ ଟିମ୍‌ ମୋହଲୀରେ ବୁଧବାରରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚକୁ ୭ ଓ୍ୱିକେଟ୍‌ରେ ଜିତିଛି । କୋହଲୀଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ଭାରତ ବିଜୟ ସହଜ ସାଧ୍ୟ ହୋଇଥିଲା । ବୁଧବାରରେ ମୋହାଲୀରେ ଖେଳାଯାଇଥିବା ଟି-ଟ୍ୱେଣ୍ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକଟ ହରାଇ ୧୪୯ ରନ୍‌ କରିଥିଲା ।

ଭାରତ ପାଇଁ ଜିତିବାକୁ ୧୫୦ ରନ୍‌ର ଆବଶ୍ୟକତା ଥିଲା । ଭାରତ ୧୯ ଓଭର୍‌ରେ ୩ ଓ୍ୱିକେଟ୍‌ ହରାଇ ୧୫୧ ରନ୍‌ କରିଥିଲା । ଭାରତର ଅଧିନାୟକ ବିରାଟ କୋହଲୀ ୫୨ଟି ବଲ୍‌ରେ ୭୨ ରନ୍ କରିବା ସହ ଶେଷ ପର୍ଯ୍ୟନ୍ତ ନଟ୍ ଆଉଟ୍‌ ରହିଥିଲେ । ଶିଖ ଧଓ୍ୱନ ୩୧ଟି ବଲ୍‌ରେ ୪୦ ରନ୍‌ କରିଥିଲେ ।

Share

Leave a Reply

Your email address will not be published. Required fields are marked *

eighteen + twenty =