୧୦୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର()  ଆଜି ରାଜ୍ୟରେ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ତଥ୍ୟ ଦେଇଛନ୍ତି ସରକାର । ଯାଜପୁରର ଚିହ୍ନଟ ହୋଇଥିବା ଜଣକ ସୁରତ ଫେରନ୍ତା ଓ ସେ କ୍ୱାରେଣ୍ଟିନରେ ଥିଲେ । କୋରାପୁଟର ୬ ଆକ୍ରାନ୍ତ ଆନ୍ଧ୍ର ଫେରନ୍ତା ଓ ସେମାନେ କ୍ୱାରେଣ୍ଟିନରେ ଥିଲେ । ଗଞ୍ଜାମର ୪ଆକ୍ରାନ୍ତ ମଧ୍ୟରୁ ୨ଜଣ ସୁରତ ଫେରନ୍ତା ଓ ୨ଜଣ ସ୍ଥାନୀୟ ଲୋକ । କେନ୍ଦ୍ରାପଡ଼ାର ୧୫ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ପଶ୍ଚିମବଙ୍ଗ, ୪ ତେଲେଙ୍ଗାନ, ୨କର୍ଣ୍ଣାଟକ, ଜଣେ ଗୁଜୁରାଟ , ଜଣେ ତାମିଲନାଡ଼ୁ ଫେରନ୍ତା ବୋଲି ଜଣାପଡ଼ିଛି । ଖୋର୍ଦ୍ଧାରେ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ଓ ସେ ଘରେ ସଙ୍ଗରୋଧରେ ଥିଲେ, ଅନ୍ୟ ୪ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାର ୩ଆକ୍ରାନ୍ତ ଗୁଜୁରାଟ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡ଼ିଛି । କେନ୍ଦୁଝରରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ମହାରାଷ୍ଟ୍ର ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ । ମାଲକାନଗିରିର ୯ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ବାସିନ୍ଦା, ୪ଆନ୍ଧ୍ର, ୨ତେଲେଙ୍ଗାନା ଓ ୨ ତାମିଲନାଡ଼ୁ ଫେରନ୍ତା । ଦେବଗଡ଼ର ୨୨ଆକ୍ରାନ୍ତଙ୍କ ମଧ୍ୟରୁ ୩ସ୍ଥାନୀୟ ବାସିନ୍ଦା , ୩ଆନ୍ଧ୍ରପ୍ରଦେଶ ଓ ୧୬ଜଣ ତାମିଲନାଡ଼ୁ ଫେରନ୍ତା । ସେହିପରି ଭଦ୍ରକର ୮ଆକ୍ରାନ୍ତଙ୍କ ମଧ୍ୟରୁ ୪ପଶ୍ଚିମବଙ୍ଗ ଫେରନ୍ତା, ୨ଗୁଜୁରାଟ, ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା । ବଲାଙ୍ଗିରର ୮ଆକ୍ରାନ୍ତଙ୍କ ମଧ୍ୟରୁ ୫ମହାରାଷ୍ଟ୍ର, ୨ଗୁଜୁରାଟ ଓ ଜଣେ ଛତିଶଗଡ଼ ଫେରନ୍ତା ବୋଲି ସୂଚନା ମିଳିଛି । ସେହିପରି ଜଗତସିଂହପୁରରେ ଚିହ୍ନଟ ହୋଇଥିବା ୮ଜଣ ପଶ୍ଚିମବଙ୍ଗ ଓ ୨ଜଣ ତାମିଲନାଡ଼ୁ ଫେରନ୍ତା । ଢ଼େଙ୍କାନାଳର ଜଣେ ଛତିଶଗଡ଼ ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ । କନ୍ଧମାଳର ଜଣେ ସୁରତ ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ ।

Share

Leave a Reply

Your email address will not be published. Required fields are marked *

ten + 16 =