ବିଶୃଙ୍ଖଳା ନେଇ ଏଆଇସିସିଙ୍କ ଦୃଷ୍ଟି ଆକର୍ଷଣ କରିବି

ଭୁବନେଶ୍ୱର()  ରାଜ୍ୟ କଂଗ୍ରେସରେ ଗତ କିଛି ଦିନ ଧରି ସଂଗଠନକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି ।  କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡ଼ୁଥିବାରୁ ଦଳର କେତେକ ନେତା ଗତକାଲି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘରେ ବୈଠକ ଡାକି ମେଳି କରିଥିଲେ ।  ତେବେ ପିସିସି ପରିବର୍ତ୍ତନ ପ୍ରସଙ୍ଗରେ  କଂଗ୍ରେସର ବିଶୃଙ୍ଖଳା କଥା ଏଆଇସିସିକୁ କହିବି ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।

ସେ କହିଛନ୍ତି ଯେ, ମୁଁ ପିସିସି ସଭାପତି ରେସରେ ନାହିଁ । ମୁଁ ତୃତୀୟ ଶ୍ରେଣୀ କର୍ମଚାରୀ ।  ତେବେ ନୂଆଁଖାଇ ପଙ୍ଗତ ଆଳରେ ଏକାଠି ହୋଇଛି କିଛି ନେତା ପିସିସି ସଭାପତି ହେବୁ ବୋଲି କହୁଛନ୍ତି ।  ଦଳରେ ଏଭଳି ବିଶୃଙ୍ଖଳା ନେଇ ଏଆଇସିସିର ଦୃଷ୍ଟି ଆକର୍ଷଣ କରିବି ବୋଲି  ବିଧାୟକ ସୁର ରାଉତରାୟ କହିଛନ୍ତି ।

ଗତକାଲି  ତାରାଙ୍କ ବାସଭବନରେ କଂଗ୍ରେସ ନେତାମାନଙ୍କ ଏକ ମେଳି ଦେଖିବାକୁ ମିଳିଥିଲା  । ଯେଉଁ ବୈଠକରେ କେତେକ ବିଧାୟକ ଓ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ  । ଏହି ଅବକାଶରେ ତାରା ନିଜେ ପିସିସି ସଭାପତି ହେବା ପାଇଁ ଆଗ୍ରହୀ ଥିବା ସୁରାକ ଦେଇଥିଲେ  ।

ତାରା କହିଥିଲେଯେ, ମୁଁ କନଷ୍ଟେବଳ ନମ୍ବର ୱାନ ଥିଲି  । ଏବେ ବିଧାୟକ ନମ୍ବର ୱାନ ହୋଇଛି  । ପିସିସି ସଭାପତି ହେଲେ ବି ନମ୍ବର ୱାନ ହେବି ବୋଲି କହିଥିଲେ  । ସେ ପିସିସି ସଭାପତି ପଦ ପାଇଁ ଲବି କରୁନାହାନ୍ତି କିନ୍ତୁ ତାଙ୍କୁ ପିସିସି ସଭାପତି କରାଗଲେ ସେ ଛାଡ଼ିବେନି ବୋଲି କହିଥିଲେ  ।

Share

Leave a Reply

Your email address will not be published. Required fields are marked *

12 − ten =