ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଶ୍ରୀକୃଷ୍ଣଲୀଳା

ପୁରୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଶ୍ରୀକୃଷ୍ଣଲୀଳା । ଏହି ଅବସରରେ ରବିବାର ସମ୍ପନ୍ନ ହୋଇଛି ଦାହ ଲୀଳା ନୀତି । ରାତିରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ବଢ଼ିବାପରେ ଦକ୍ଷିଣ ଘରୁ ମଦନମୋହନ ଆଜ୍ଞାମାଳ ପାଇ ନାଟ ମଣ୍ଡପ ଖଟ ଉପରେ ବିଜେ ହୋଇଥିଲେ ।

ସେଠାରେ ଦାହ ଲୀଳା ନୀତି ସମ୍ପନ୍ନ ହୋଇଥିଲା । ଠାକୁରଙ୍କ ଶୀତଳ ଭୋଗ ଓ ବନ୍ଦାପନା ସରିଥିଲା । ପରେ ମଦନମୋହନ ଦକ୍ଷିଣ ଘରକୁ ବାହୁଡା ବିଜେ କରିଥିଲେ । ଆଜି ପ୍ରଭୁ ଶ୍ରୀକୃଷ୍ଣ ବିମ୍ୱାସୁରକୁ ବଧ କରିବେ।

Share

Leave a Reply

Your email address will not be published. Required fields are marked *

19 − 9 =