ବଢିଲା ଗାଡି କାଗଜପତ୍ର ଅବଧି

ନୂଆଦିଲ୍ଲୀ() ଡିସେମ୍ବର ୩୧ ପର୍ୟ୍ୟନ୍ତ ଗାଡିର କୌଣସି କାଗଜପତ୍ର ନବୀକରଣ କରିବାକୁ ପଡିବନି । ଡିସେମ୍ବର ୩୧ ପର୍ୟ୍ୟନ୍ତ ଗାଡି କାଗଜପତ୍ର ବୈଧ ରହିବ । ଏନେଇ ନିଷ୍ପତ୍ତି ନେଇଛି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ।

କରୋନା ସଙ୍କଟ ମଧ୍ୟରେ ଏକ ଆଶ୍ୱସ୍ତିମୂଳକ ପଦକ୍ଷେପ ନେଇ ଗାଡି କାଗଜପତ୍ର ବୈଧ ସୀମା ବଢାଇଛି କେନ୍ଦ୍ର । ଡିସେମ୍ବର ୩୧ ପର୍ୟ୍ୟନ୍ତ ପରମିଟ୍, ଫିଟନେସ୍, ପଞ୍ଜୀକରଣ ଓ ଲାଇସେନ୍ସ ବୈଧ ରହିବ । ଅର୍ଥାତ୍ ଡିସେମ୍ବର ୩୧ ତାରିଖ ମଧ୍ୟରେ ଯଦି କାହାର ଏହି କାଗଜପତ୍ରର ବୈଧତା ସରୁଛି ତେବେ ତରବର ହୋଇ ରିନ୍ୟୁ କରିବା ଆବଶ୍ୟକ ନାହିଁ । ଡିସେମ୍ବର ୩୧ ପର୍ୟ୍ୟନ୍ତ ନବୀକରଣ କରିବାକୁ ପଡିବନି ।

Share

Leave a Reply

Your email address will not be published. Required fields are marked *

18 − 3 =