ଆଜି ମୋଦୀଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ୭୧ ବର୍ଷରେ ପାଦ ଥାପିଛନ୍ତି ଏହି ବର୍ଷିୟାନ ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦେଇ ନୂଆ ଭାରତର ଭିତ୍ତି ପକାଇଛନ୍ତି । ସଡ଼କ, ରେଳ, ବନ୍ଦର, ବିମାନବନ୍ଦର ଆଦିରେ ଆଖିଦୃଶିଆ ସମ୍ପ୍ରସାରଣ ଏବଂ ନୂତନତ୍ୱ ଦେଖିବାକୁ ମିଳିଛି । ନୂଆ ଭାରତର ସ୍ୱପ୍ନ ନେଇ ଆଗେଇଛି ଭାରତ । ବିଶ୍ୱକର୍ମା ସାଜି ନବ ଭାରତ ନିର୍ମାଣରେ ଅହରହ ଉଦ୍ୟମ ଚଳାଇଛନ୍ତି ମୋଦି । ବିଶ୍ୱ ଦରବାରରେ ଆଜି ଭାରତର ଛବି ନୂଆ ଉଚ୍ଚତା ଛୁଇଁଛି । କରୋନା ଲଢ଼େଇଠାରୁ ଆରମ୍ଭ କରି ଅଲିମ୍ପିକ୍ କ୍ରୀଡ଼ା ପର୍ୟ୍ୟନ୍ତ ସବୁ କ୍ଷେତ୍ରରେ ଭାରତକୁ ମିଳିଛି ଢେର ପ୍ରଶଂସା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାଣିତ ଦୂରଦୃଷ୍ଟି ବଳରେ ଆଜି ବିଭିନ୍ନ କ୍ଷେତ୍ରରେ ଦେଶ ଆଗୁଆ ରହିଛି । କୂଟନୈତିକ ସମ୍ପର୍କରେ ଅଗ୍ରଗାମୀ ସାଜିଛି ଦେଶ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଶ୍ୱ ସମୁଦାୟର ମାନସମନ୍ଥନ ବେଳେ ଭାରତକୁ ପ୍ରମୁଖତା ମିଳୁଛି । ଅନ୍ତର୍ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱନେତାଙ୍କ ମାର୍ଗଦର୍ଶନ ସହ ବିଭିନ୍ନ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପରାମର୍ଶ ଦେଇ ସାଉଁଟୁଛନ୍ତି ପ୍ରଶଂସା ।

Share

Leave a Reply

Your email address will not be published. Required fields are marked *

two × one =