କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର() କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି । ଭୁବନେଶ୍ୱର ସ୍ୱାଧିନତା ସଂଗ୍ରାମୀ ପଡିଆରେ ୩୩ତମ ସ୍ୱାଧିନତା ସଂଗ୍ରାମୀ ମହୋତ୍ସବ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ  ଅହିଂସା ମାହାତ୍ମାଗାନ୍ଧୀଙ୍କ ବିଶ୍ୱକୁ ଶ୍ରେÂ ଦାନ । ଅହିଂସା ମାଧ୍ୟମରେ ହିଁ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପରିବ ବୋଲି ମତ ହେଇ ଅହିଂସାକୁ ଜୀବନର ମୂଳମନ୍ତ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ଚଳିତ ବର୍ଷ ସାରା ବିଶ୍ୱ ବାପୁଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି । ସ୍ୱାଧିନତା ସଂଗ୍ରାମୀ ମାନେ ବାପୁଙ୍କ ଡାକରାରେ ଦେଶର ସଂଗ୍ରାମରେ ଯୋଗ ଦେବାର ସୌଭାଗ୍ୟ ପାଇଥିଲେ ଏବଂ ଏବେ ତାଙ୍କର ୧୫୦ତମ ଜୟନ୍ତୀ ପାଳନର ସୁଯୋଗ ମଧ୍ୟ ପାଇଛନ୍ତି । ସ୍ୱାଧିନ ଭାରତ ପାଇଁ ଆମର ସଂଗ୍ରାମୀ ମାନଙ୍କ ତ୍ୟାଗକୁ ଏ ଜାତି କେବେ ଭୁଲିପାରିବ ନାହିଁ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କେବଳ ସ୍ୱାଧିନତା ଗାନ୍ଧୀଙ୍କ ଲକ୍ଷ୍ୟ ନଥିଲା । ଏକ ଶୋଷଣମୁକ୍ତ ସୁସ୍ଥ ସମାଜ ଓ ସ୍ୱାବଲମ୍ବୀ ଅର୍ଥନୀତି ତାଙ୍କର ଲକ୍ଷ୍ୟ ଥିଲା । ଏ ଦିଗରେ ଆମେ ସମସ୍ତେ ନିÂାପର ଭାବରେ କାର୍ଯ୍ୟ କଲେ ତାହା ହେବ ବାପୁଙ୍କ ୧୫୦ତମ ଜୟନ୍ତୀର ଶ୍ରେÂ ଶ୍ରଦ୍ଧାଜଂଳି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

ବିଶିଷ୍ଟ ସ୍ୱାଧିନତା ସଂଗ୍ରାମ ୀ ଭବାନୀ ଚରଣ ପଟ୍ଟନାୟକ ସଭାପତିତ୍ୱରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

eight − eight =