୨୪ ଘଂଟାରେ ୬୮୧ ମୁଣ୍ଡ ନେଲା କରୋନା

ଭୁବନେଶ୍ବର() ପୁରା ବିଶ୍ବରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଂଟାରେ ୪୦ ହଜାର ୪୨୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତରେ ଗୋଟିଏ ଦିନରେ ଏହା ସର୍ବାଧିକ ପଜିଟିଭ ମାମଲା । ନୂଆ ପଜିଟିଭ ମାମଲାକୁ ମିଶାଇ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ଟପିଛି । ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩ରେ ପହଂଚିଛି । ସେହିପରି ଗତ ୨୪ ଘଂଟାରେ ୬୮୧ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ଭୁତାଣୁ କରୋନା ।ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୭ ହଜାର ୪୯୭କୁ ଛୁଇଁଛି ।

Share

Leave a Reply

Your email address will not be published. Required fields are marked *

19 + two =