କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ପାଇଁ ସମ ପ୍ରସ୍ତୁତ

ଭୁବନେଶ୍ୱର() କୋଭାକ୍ସିନର ମାନବ ପରୀକ୍ଷଣ ପାଇଁ ଭୁବନେଶ୍ୱରସ୍ଥ ସମ ହସ୍ପିଟାଲ ପ୍ରସ୍ତୁତ ଥିବା ଜଣାଯାଇଛି । ଏନେଇ ଡିପାର୍ଟମେଣ୍ଟ ଅଫ କମୁ୍ୟନିଟି ମେଡିସିନ ଲ୍ୟାବ ଉଦଘାଟିତ ହୋଇଯାଇଛି । ବୁଧବାର ଠାରୁ ମାନବ ପରୀକ୍ଷଣ ଆରମ୍ଭ ହେବା ନେଇ ସମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣ  ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୨୭ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ ବୃଦ୍ଧି ପାଇଛି ।

Share

Leave a Reply

Your email address will not be published. Required fields are marked *

five − 1 =