ରାଜ୍ୟରେ ଅଗଷ୍ଟରୁ କରୋନା ପରୀକ୍ଷା ସଂଖ୍ୟା ବଢିବ

ଭୁବନେଶ୍ୱର() ରାଜ୍ୟରେ ଅଗଷ୍ଟରୁ କରୋନା ପରୀକ୍ଷା ସଂଖ୍ୟା ବଢାଯିବ ।  ଦୈନିକ ୧୨ ହଜାର ବଦଳରେ ୨୦ ହଜାର ନମୁନା ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଦୈନିକ ୮ ହଜାର ଆରଟି-ପିସିଆର ଓ ୧୨ ହଜାର ଆଣ୍ଟିଜେନ ଟେଷ୍ଟ ହେବ । ପ୍ରତି ଜିଲ୍ଲାରେ ୩ରୁ ୫ ହଜାର ଲେଖାଏଁ ଆଣ୍ଟିଜେନ୍ କିଟ ଉପଲବ୍ଧ ରହିଛି । ଏନେଇ ସିଏସଙ୍କ ସହ ବୈଠକ ପରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇ କହିଛନ୍ତି ।

ଏହା ସହ ସେ କହିଛନ୍ତିି ଯେ, ବର୍ତ୍ତମାନ ରାଜ୍ୟରେ ଆଣ୍ଟିଜେନ କିଟର ଅଭାବ ନାହିଁ । ଗଞ୍ଜାମ, ଖୋର୍ଦ୍ଧ, କଟକ ଓ ଯାଜପୁର ସ୍ଥିତି ସ୍ଥିର ରହିଛି । ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଏଯାଏଁ ହୋଇନାହିଁ । ସରକାର ଚାହିଁଲେ ଘରୋଇ ଲାବ୍ରୋଟୋରୀରେ ପରୀକ୍ଷା ହୋଇପାରିବ ।

Share

Leave a Reply

Your email address will not be published. Required fields are marked *

eleven + one =