ଆଜି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର () ରାଜ୍ୟସଭା ଉପନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବା ତାକୁନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ନିକଟତମ ସୂତ୍ର ଅନୁଯାୟୀ ଆଜି ସନ୍ଧ୍ୟାରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ । ଆସନ୍ତା 24 ତାରିଖ ଅପରାହ୍ନ 10ଟା 30ରେ ଦଳୀୟ ପ୍ରାର୍ଥୀ ନମାଙ୍କନପତ୍ର ଦାଖଲ କରିବେ ।

ତିନୋଟି ଆସନପାଇଁ ହେଉଥିବା ଉପନିର୍ବାଚନରେ 10ରୁ ଅଧିକ ଆଶାୟୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ପ୍ରିୟଦର୍ଶୀ ମିଶ୍ର ଓ ଅମର ପଟନାୟକଙ୍କ ନାଁ ଶୀର୍ଷରେ ରହିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ଘୋଷଣା କରିଥିଲେ ବି ଗତ ନିର୍ବାଚନରେ ପ୍ରାର୍ଥୀ ହୋଇନଥିବାରୁ ସେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ତେଣୁ ତାଙ୍କୁ ରାଜ୍ୟସଭା ଉପନିର୍ବାଚନରେ ସୁପ୍ରିମୋ ପ୍ରାର୍ଥୀ କରିବାର ସମ୍ଭାବନା କମ୍ ବୋଲି ଚର୍ଚ୍ଚା ହେଉଛି । ତେବେ ଚୂଡାନ୍ତ ନିଷ୍ପତି ନବୀନଙ୍କ ଉପରେ ।

Share

Leave a Reply

Your email address will not be published. Required fields are marked *

two × 1 =