ଧୋକାବାଜ ପ୍ରେମିକ

ବାଲେଶ୍ୱର : ଲଭ-ସେକ୍ସ-ଧୋକ୍କା । ପ୍ରଥମେ ପ୍ରେମ, ଶାରୀରିକ ସମ୍ପର୍କ ପରେ ପ୍ରତାରଣା । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଉଦେଇପୁର ଗାଁରୁ ଆସିଛି ଏଭଳି ଅଭିଯୋଗ । ଗାଁର ଜଣେ ୨୧ବର୍ଷୀୟ ଯୁବତୀଙ୍କ ସହ ସେହି ଗାଁର ଶ୍ରୀକାନ୍ତ ଦାସଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶ୍ରୀକାନ୍ତ ଯୁବତୀଙ୍କୁ ତାମିଲନାଡୁ ନେଇଯାଇଥିଲେ । ସେଠାରେ ଯୁବତୀ ଗର୍ଭବତୀ ହେବାରୁ ଗର୍ଭ ନଷ୍ଟ କରାଇଥିଲେ ।

ଧୋକା ଦେବା ପରେ ଶ୍ରୀକାନ୍ତର ମନ ବୁଝିନଥିଲା । ସେ ଯୁବତୀଙ୍କ ସହ ରଖିଥିବା ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ କରିଥିଲା । ଯେଉଁ କାରଣରୁ ଯୁବତୀଙ୍କ ବିବାହ ଭାଙ୍ଗି ଯାଇଥିଲା । ପରିବାର ଲୋକେ ଝିଅକୁ ପ୍ରତିଦିନ ଗାଳି ଗୁଲଜ କରୁଥିଲେ । ଶେଷରେ ଆତ୍ମହତ୍ୟାକୁ ଶେଷ ବାଟ ବାଛିଥିଲେ ଯୁବତୀ ।

Share

Leave a Reply

Your email address will not be published. Required fields are marked *

sixteen + eleven =