ପୁଣି ବ୍ୟାଙ୍କରୁ ଲୁଟି ନେଇଗଲେ ୨୦ ଲକ୍ଷ

ଭୋଗରାଇ() ବ୍ୟାଙ୍କରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକିସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ଏହି ଲୁଟ ହୋଇଛି । ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ଏହି ଟଙ୍କା ଲୁଟି ନେଇଛନ୍ତି । ୬ଜଣ ଦୁର୍ବୃତ୍ତ ପ୍ରଥମେ ବନ୍ଧୁକ ଧରି ବ୍ୟାଙ୍କ ଭିତରେ ପଶିଥିଲେ । ପରେ ସେମାନେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଧମକାଇଥିଲେ । ପରେ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ନେଇ ଦୁଇଟି ବାଇକରେ ଚମ୍ପଟ ହୋଇଯାଇଥିଲେ । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

seventeen + 12 =