ପୁଣି ସାଧନାରେ ସାରଥୀ

କଟକ()  ସାରଥୀକୁ ହାଇକୋର୍ଟରୁ ବେଲ୍ ମିଳିବା ପରେ ଆଜି ସଂଧ୍ୟା ସୁଦ୍ଧା ଜେଲରୁ ମୁକୁଳିବେ ସାରଥୀ ଓରଫ୍ ସନ୍ତୋଷ ରାଉଳ । ଜେଲରେ ୪ ବର୍ଷ ବିତାଇବା ପରେ ବାବାଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ ।

ତେବେ ସାରଥୀଙ୍କ ଓକିଲ ଚୈଦ୍ୱାର ଜେଲ୍ ଆସି ତାଙ୍କ ଦସ୍ତଖତ ନେଇ କେନ୍ଦ୍ରାପଡା ଦୈରାଜର୍ଜ କୋର୍ଟକୁ ଯାଇଥିବା ବେଳେ ରିଲିଜ୍ ଅର୍ଡର ଆସିଲେ ମାନ୍ୟବର ଚୈଦ୍ୱାର ଜେଲରୁ ଆଜି ସଂଧ୍ୟା ସୁଦ୍ଧା ମୁକୁଳିବା ନେଇ ସମ୍ଭାବନା ରହିଛି ।

ସେପଟେ ଜେଲରୁ ମୁକୁଳିବା ଖୁସିରେ ଗତକାଲିଠାରୁ ଅନ୍ନଜଳ ସ୍ପର୍ଶ କରୁନାହାନ୍ତି ବାବା ସାରଥୀ । କାହା ସହ କଥାବାର୍ତ୍ତା ବି ହେଉନାହାଁନ୍ତି । ଖାଲି ଗୋଟିଏ ସ୍ଥାନରେ ଚେକାମୁଠି ପକେଇ ଧ୍ୟାନ ମଗ୍ନରେ ବସିରହିଛନ୍ତି ସାରଥୀ । ଆଜି ସକାଳୁ ବି ବାବା ସ୍ନାନ ସାରି ଧ୍ୟାନ ମୁଦ୍ରାରେ ବସିଛନ୍ତି । ଆଉ ଖାଇବା ପିଇବା ମଧ୍ୟ ଛାଡି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 4 =