ମହଙ୍ଗା ଭତ୍ତା ବୃଦ୍ଧି ଉପରେ ରୋକ ଲଗାଇଲା କେନ୍ଦ୍ର

ନୂଆଦିଲ୍ଲୀ()ସରକାରୀ କର୍ମଚାରୀ ଓ ପେନସନଭୋଗୀ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଷେଧାଦେଶ ଲଗାଇଛି କେନ୍ଦ୍ର । ୧ ଜାନୁଆରୀରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାକୁ ବୃଦ୍ଧି ନକରିବାକୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିରେ ୫୪ ଲକ୍ଷ ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀମାନଙ୍କ ଉପରେ ବେଶ ପ୍ରଭାବ ପକାଇବ । ତେବେ ଗତମାସରେ ସରକାର କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଥିଲେ । ଡିଏକୁ ୧୭ ପ୍ରତିଶତରୁ ୨୧ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । କିନ୍ତୁ ୨୦୨୦ ମସିହାର ଜାନୁଆରୀ ୧, ଜୁଲାଇ ୧ ଓ ୨୦୨୧ ମସିହା ଜାନୁଆରୀ ୧ରୁ ବୃଦ୍ଧି ପାଉଥିବା ମହଙ୍ଗା ଭତ୍ତାକୁ ବାତିଲ୍ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

18 + 11 =