ପାଟକୁରାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ବର()  ପାଟକୁରାରେ ବାଜି ମାରିଲା ବିଜେଡି ।ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭, ୯୨୦ ଭୋଟ୍ ରେ ହରାଇ ବିଜୟୀ ହୋଇଛନ୍ତି । ୧୯ ରାଉଣ୍ଡ ମଧ୍ୟରୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମାତ୍ର ୨ ଟି ରାଉଣ୍ଡରେ ହିଁ ଆଗୁଆ ରହିଥିଲେ । ବାକି ସମସ୍ତ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଆଗ୍ରୱାଲ୍ ହିଁ ଆଗୁଆ ରହିଥିଲେ ।ଶେଷରେ ୧୭ ହଜାର ୯୨୦ ଭୋଟରେ ବିଜୟଙ୍କ ହରାଇ ବିଜୟୀ ହୋଇଥିଲେ ସାବିତ୍ରୀ ଅଗ୍ରୱାଲ।

ସେପଟେ ପାଟକୁରାରେ ବିଜେଡିର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ବହୁମାତ୍ରାରେ ବିଜେଡିକୁ ଜିତାଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୁଣି ଥରେ ବିଶ୍ୱାସ କରି ବିଜେଡିକୁ ବିପୁଳ ମାତ୍ରାରେ ଜନମତ ଦେଇଥିବାରୁ ପାଟକୁରାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ବିଜେଡିର ପାଟକୁରା ବିଜୟ ପରେ ଟ୍ୱିଟ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ନବୀନ ନିଜ ଧନ୍ୟବାଦ ଟ୍ୱିଟରେ ଓଡିଶାବାସୀଙ୍କ ସହଯୋଗ ଲୋଡିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − fifteen =