ପରାଜୟ ପାଇଁ ନିଜକୁ ଦାୟୀ କଲେ ଜୟନ୍ତ

କେନ୍ଦ୍ରାପଡା()  ପାଟକୁରା ବିଧାନସଭା ଆସନରେ ବାଜିମାତ୍ କରିଛି ବିଜେଡି । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭୯୨୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ବିଜୟ ୭୮୦୯୭ ଭୋଟ ପାଇଥିବା ବେଳେ ସାବିତ୍ରୀ ୯୬୦୧୭ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଏଠାରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି । କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ମାତ୍ର ୨୧୦୪ ଖଣ୍ଡ ଭୋଟ ପାଇ ନିଜର ଅମାନତ ହରାଇଛନ୍ତି । ତେବେ ଏହି ପରାଜୟ ପାଇଁ ଜୟନ୍ତ ନିଜକୁ ଦାୟୀ କରିଛନ୍ତି ।

ଜୟନ୍ତ କହିଛନ୍ତି ଯେ, ସେ ଜନମତକୁ ବିନମ୍ରତାର ସହ ଗ୍ରହଣ କରୁଛନ୍ତି । ଫଳାଫଳ ଚକିତ କରିଛି । ଦଳର ବିଫଳତା ପଦାରେ ପଡିଛି । ଆଗକୁ ରାଜନୀତି କରିବେ ନା ନାହିଁ ସେ ବିଷୟରେ ନିଷ୍ପତି ନିଆଯିବ । ପୂର୍ବରୁ କଂଗ୍ରେସ ପାଇଥିବା ଭୋଟ ବିଜେପିକୁ ଚାଲି ଯାଇଛି ।

Share

Leave a Reply

Your email address will not be published. Required fields are marked *

13 − 4 =