ଆଲିଆ -ରଣବୀରଙ୍କ ବିବାହ ପ୍ରସ୍ତୁତି ଆରମ୍ଭ

ଚର୍ଚ୍ଚାରେ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ଯୋଡି । ଏହି ଯୋଡି ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଖାସ କଥାଟି ହେଉଛି ଆଲିଆ ଭଟ୍ଟ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।

ଆଲିଆ-ରଣବୀରଙ୍କ ବିବାହ ଖବର ଲଗାତାର ସାମ୍ନାକୁ ଆସୁଥିବା ବେଳେ ଏବେ କୁହାଯାଉଛି ଯେ, ଆଲିଆ ଓ ରଣବୀର ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।

ଶୁଣିବାକୁ ମିଳୁଛି ଯେ ନିକଟରେ ଆଲିଆ ଭଟ୍ଟ ନିଜର ବିବାହ ଲେହେଙ୍ଗା ପାଇଁ ପ୍ରସିଦ୍ଧ ଡିଜାଇନର୍ ସବ୍ୟସାଚୀଙ୍କ ସହିତ ସାକ୍ଷାତ କରିଛନ୍ତି । ଆଲିଆ ମଧ୍ୟ ଅନ୍ୟ ବଲିଉଡ୍ ଅଭିନେତ୍ରୀଙ୍କ ପରି ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧି ନଜର ଆସିପାରନ୍ତି ।

ଆଲିଆ ଓ ରଣବୀରଙ୍କ ବିବାହକୁ ଏବେ ଆହୁରି ଅନେକ ସମୟ ରହିଛି ଏବଂ ବର୍ତ୍ତମାନ ସୁଦ୍ଧା ଦୁହିଁଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ଦେଇନାହାନ୍ତି । କିନ୍ତୁ ଖବର ଲଗାତାର ଭାବେ ଆସୁଛି ଏବଂ ଅନେକ ଇଭେଣ୍ଟରେ ଦୁହେଁ ଏକାଠି ମଧ୍ୟ ନଜର ଆସୁଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − 3 =