ପାହାଡ଼ ଧସିଲା, ବ୍ରିଜ୍‌ ଭାସିଗଲା : ୧୫ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ବ୍ରହ୍ମପୁର()  ଲଗାଣ ବର୍ଷା ଯୋଗୁଁ ସୋରଡା ବ୍ଲକ ବରଦା ପଞ୍ଚାୟତର ଖାରିଗୁଡାରେ ନିର୍ମିତ ବ୍ରିଜ୍‌ ଭାସିଯାଇଛି । ଫଳରେ ୧୫ ଖଣ୍ଡ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ବ୍ରିଜ୍‌ଟି ଗୋକୁଳପୁର-ଖାରିଗୁଡାକୁ ସଂଯୋଗ କରୁଥିଲା । ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ଅଞ୍ଚଳର ପାତ୍ରପୁର ବ୍ଲକ ଅନ୍ତର୍ଗତ ୫ଟି ଗାଁ ଜଳ ମଗ୍ନ ହୋଇପଡ଼ିଛି । ଆଙ୍ଗୁଲି ଓ ବୁରାତାଲ ପଞ୍ଚାୟତର ୫ଟି ଗାଁ ଜଳମଗ୍ନ ହୋଇଛି । ଅବପାତଜନିତ ବର୍ଷା, ଝରଣା ପାଣି ଓ ବାଘଲଟି ଜଳ ପ୍ରକଳ୍ପ ପାଣିରେ ସମ୍ପୃକ୍ତ ଗାଁଗୁଡ଼ିକ ବୁଡ଼ି ଯାଇଛି । ସେହିପରି ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ଅଘଟଣ ଘଟିଛି । ତଡ଼କାସାହି ଓ ଚରିଆବାଡ଼ ରାସ୍ତାରେ ପାହାଡ଼ ଧସି ପଡ଼ିଥିବା ଜଣାଯାଇଛି । ପାହାଡ଼ରୁ ମାଟି ଅତଡ଼ା ଖସିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × four =