ନିରଂଜନଙ୍କୁ ସଗରିଆ ମାରିଲେ ତିର୍ଛକ ତୀର, ପଢନ୍ତୁ …

ଭୁବନେଶ୍ବର () ପ୍ରଦେଶ କଂଗ୍ରେସରେ ତେଜୁଛି ଜାତିଗତ ରାଜନୀତି । କଂଗ୍ରେସ କ୍ଷମତାକୁ ଫେରିଲେ କେଉଁ ଜାତିର ନେତା ମୁଖ୍ୟମନ୍ତ୍ରୀ ହେବେ ସେନେଇ ସଭାପତି ନିରଂଜନ ପଟ୍ଟନାୟକଙ୍କୁ ବିଧାୟକ କୃଷ୍ଣ ସଗରିଆ ମାରିଛନ୍ତି ତିର୍ଛକ ତୀର । ଏ ସଂପର୍କରେ ସେ ନିରଂଜନଙ୍କୁ ଏକ ଚିଠି ଲେଖିଛନ୍ତି ।

ସେ ଲେଖିଛନ୍ତି ଯେ, କଂଗ୍ରେସ ଦଳ ଜାତି ରାଜନୀତିରେ ବିଶ୍ବାସ କରେନାହିଁ ଓ ଜାତିକୁ ଆଧାର କରି ମୁଖ୍ୟମନ୍ତ୍ରୀ କେହି ହୁଅନ୍ତି ନାହିଁ ବୋଲି ନିରଂଜନ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ ସଂପର୍କରେ ପ୍ରଶ୍ନ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ନିରଂଜନଙ୍କ ଏହି ଉତ୍ତର କଣ ସେ ଓ ଶ୍ରୀକାନ୍ତ ଜେନା ଉଠାଇଥିବା 94 ଭାଗ ବର୍ଗଙ୍କ ଭିତରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁର ପ୍ରତିକ୍ରିୟା କି?

ବର୍ଗ ଓ ଜାତି ଭିତରେ ଫରକକୁ ଆପଣ ହୁଏତ ଠିକ ଭାବେ ବୁଝିପାରିନାହାଁନ୍ତି । ସମ୍ବିଧାନରେ ବର୍ଗ ଭିତ୍ତିରେ ସଂରକ୍ଷଣ ରହିଛି । ଏହାକୁ ଭିତ୍ତିକରି ଆମେ ବର୍ଗ ଅର୍ଥାତ ଆଦିବାସୀ, ଦଳିତ, ପଛୁଆବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟ ଓଡିଶାର ମୋଟ ଲୋକ ସଂଖ୍ୟାର 94 ପ୍ରତିଶତ । ପିସିସି ସଭାପତି କିନ୍ତୁ ଏହାକୁ ଜାତି ହିସାବରେ ଧରିନେଇଛନ୍ତି, ଯାହା ସଂପୂର୍ଣ୍ଣ ଭୁଲ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଯାହା କହୁଛି ପିସିସି ସଭାପତି ବି ସେଇ କଥା କହିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସଗରିଆ କହିଛନ୍ତି । କିଛି ଦିନ ତଳେ ସେ “ପଟ୍ଟନାୟକ” ବୋଲି ତାଙ୍କୁ ପିସିସି ସଭାପତି ରାହୁଲ ଗାନ୍ଧୀ ବାଛିଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ । ଏହା କଣ ଦଳୀୟ ନୀତି ବୋଲି ସଗରିଆ ପ୍ରଶ୍ନ କରିଛନ୍ତି ।

ସଗରିଆ ଆଶା ପ୍ରକାଶ କରିଛନ୍ତି ଯେ, ପିସିସି ସଭାପତି ନିଜ ଭୁଲକୁ ମାନିବେ ଓ ତୁରନ୍ତ ଦଳର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସ୍ପଷ୍ଟିକରଣ ଦେବେ ।

Share

Leave a Reply

Your email address will not be published. Required fields are marked *

nineteen − 6 =